କୋଦଳା ପାଇଁ ଆସ୍ୱସ୍ତିକର ଖବର : ଆସିଲେ ଆଉ ଜଣେ ଡାକ୍ତର : ସ୍ୱାଗତ ଜଣାଇଲେ ଅଧ୍ୟକ୍ଷ

କୋଦଳା, (ଗୁଲସନ କୁମାର କର) :-ସାରା ରାଜ୍ୟର ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଡାକ୍ତର ଓ କର୍ମଚାରୀ ଅଭାବ ସମାସ୍ୟା ଲାଗି ରହିଥିବା ବେଳେ ନିକଟରେ କିଛି ଡାକ୍ତର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବଡ଼ ମେଡିକାଲ ସମେତ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତି ପାଇଥିଲେ । ତେବେ ଗଞ୍ଜାମ ଜିଲ୍ଲାର କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୌଣସି ଡାକ୍ତର ନିଯୁକ୍ତି ଦିଆ ଯାଇଥିବାରୁ ଏନେଇ କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀକଂ ସହ ମିଶି ତୁରନ୍ତ ୨ ଜଣ ଡାକ୍ତର ନିଯୁକ୍ତି ଦେବା ନେଇ ଦାବି କରିଥିଲେ । ଏହାର କିଛି ଦିନ ପରେ ଜଣେ ଡାକ୍ତରଙ୍କୁ ତୁରନ୍ତ ନିଯୁକ୍ତି ଦିଆଯାଇଥିଲା । ତେବେ ଆଜି ଆଉ ଜଣେ ଡାକ୍ତର ଅମୟ ରଞ୍ଜନ ମହାରଣା କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତି ପାଇଛନ୍ତି । ବର୍ତ୍ତମାନ ୨ ଜଣ ଡାକ୍ତର କୋଦଳାରେ ନିଯୁକ୍ତି ପାଇଥିବା ବେଳେ କୋଦଳା ଅଞ୍ଚଳ ପାଇଁ ଏହା ଏକ ଆସ୍ବସ୍ତିକର ଖବର ବୋଲି ମତପ୍ରକାଶ ପାଇଛି। ଆଜି ନୂତନ ଭାବେ ନିଯୁକ୍ତି ପାଇଥିବା ଡାକ୍ତରଙ୍କୁ ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ସ୍ୱାଗତ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ