ଜାତୀୟ ମେଧା ବୃତ୍ତି ପରୀକ୍ଷାରେ ଆମ୍ବ ଗାଁ ବିଦ୍ୟାଳୟ ଛାତ୍ରୀ ଅଲିଭାଙ୍କ କୃତିତ୍ୱ 

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଆମ୍ବ ଗାଁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀ ଅଲିଭା ବେହେରା ଜାତୀୟ ଗ୍ରାମୀଣ ମେଧାବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହ ବ୍ଳକ ପାଇଁ ପ୍ରଥମ ସ୍ଥାନ ଅଧିକାର କରି ଗୈାରବ ଆଣିଥିବା ଜଣାପଡିଛି । ଆମ୍ବ ଗାଁ ବଡ଼ ସାହିର ଅରକ୍ଷିତ ବେହେରା ଙ୍କ ଝିଅ ଅଲିଭା ଚଳିତ ବର୍ଷ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ମାର୍ଚ୍ଚ ୬ ତାରିଖରେ ଏହି ପରୀକ୍ଷା ଦେଇଥିଲେ । ତେବେ ଆଜି ଏହାର ଫଳାଫଳ ଘୋଷଣା ହେବା ପରେ ଅଞ୍ଚଳ ପାଇଁ ପ୍ରଥମ ସ୍ଥାନ ହାସଲ କରିଥିବା ଜଣାପଡିଛି । ଏହି ସଫଳତା ହାସଲ ପରେ ବ୍ଳକ , ଗ୍ରାମ ଓ ଅଭିଭାବକ ମହଲରେଏକପ୍ରକାର ଖୁସିର ଲହରୀ ଦେଖାଦେଇଛି । ତେବେ ଏଭଳି ସଫଳତା ପଛରେ ନିଜ ମାତାପିତା ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି ଛାତ୍ରୀ ଅଲିଭା । ପୂର୍ବରୁ ଏହି ବିଦ୍ୟାଳୟରୁ ଅନେକ ଛାତ୍ରଛାତ୍ରୀ ଏଭଳି କୃତିତ୍ୱ ହାସଲ କରିଥିବା ବେଳେ ଆଜି ପୁଣିଥରେ ବିଦ୍ୟାଳୟକୁ ଅଲିଭାଙ୍କ ଦ୍ଵାରା ସଫଳତା ମିଳିଥିବାରୁ ବିଦ୍ୟାଳୟ ପ୍ରଧାନଶିକ୍ଷକ ଅଜିତ ପଟ୍ଟନାୟକ ଓ ଶିକ୍ଷକ ମାନେ ଛାତ୍ରୀଙ୍କ ଆର୍ଶୀବାଦ କାମନା ସହ ଭବିଷ୍ୟତ ଉଜ୍ଜ୍ବଳମୟ କାମନା କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ