ବାଙ୍ଗୋରରେ ଶ୍ରମିକ ନେତାଙ୍କ ଘର ଉପରକୁ ଆକ୍ରମଣ ଓ ଗାଡି ଭଙ୍ଗାରୁଜା
ହାଟଡିହି, (ବିକାଶ ବିଶ୍ୱାଳ) :-ଶ୍ରମିକ ୟୁନିୟନକୁ ନିଜ କବଜାରେ ରଖିବାକୁ ନେଇ ଅଶାନ୍ତ ହେଉଛି ବଉଳା ଖଣି ଅଞ୍ଚଳ । ଦୀଘଦିନ ପରେ ପୁଣି ଆରମ୍ଭ ହୋଇଗଲାଣି ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା । ଗତକାଲି ରାତିରେ ଶ୍ରମିକ ୟୁନିୟନର ସମ୍ପାଦକଙ୍କ ଘରଉପରକୁ ହୋଇଛି ଆକ୍ରମଣ । ଘରେ ପସି ତାଙ୍କ ଗାଡିକୁ ଭଙ୍ଗାରୁଜା ମଧ୍ୟ କରିଛନ୍ତି । ଯାହାକୁନେଇ ବଉଳା କ୍ରୋମାଇଟ ମାଇନ୍ସ ୱାର୍କରର୍ସ ୟୁନିୟନର ସମ୍ପାଦକ ରବିନ୍ଦ୍ର କୁମାର ପୃଷ୍ଟି ସୋସୋ ଥାନାରେ ଅଭିଯୋଗ କରିବାପରେ ପୁଲିସ ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ । ଖବରରୁ ଜଣାଯାଇଛି ଯେ ଏଠାରେ ଥିବା ବଉଳା କ୍ରେମାଇଟ ମାଇନସ ୱାର୍କରର୍ସ ୟୁନିୟନ ନାମରେ ଏକ ଶ୍ରିମକ ସଂଗଠନ କାର୍ଯ୍ୟ କରୁଥିଲା । ଯାହାର ସମ୍ପଦକ ଥିଲେ ବାଙ୍ଗୋର ଗ୍ରାମର ରବିନ୍ଦ୍ର କୁମାର ପୃଷ୍ଟି । ସେ ଗତ କିଛିମାସ ହେବ କେନ୍ଦୁଝରରେ ରହିଆସୁଥିଲେ । ଇତିମଧ୍ୟରେ ଅନ୍ୟ ଏକ ଗୋଷ୍ଠୀ ପକ୍ଷରୁ ଅନ୍ୟଏକ ଶ୍ରମିକ ସଂଗଠନ କରାଯାଇ ସ୍ୱୀକୃତି ପାଇଁ ଲାଗିପଡିଛନ୍ତି । ଗତକାଲି ରବିନ୍ଦ୍ର ପୃଷ୍ଟି ଗାଁକୁ ଫେରୁଥିବା ଖବର ପାଇ ୧୦/୧୫ଜଣ ଯୁବକ ବାଙ୍ଗୋର ଗେଟ ଛକ ନିକଟରେ ତାଙ୍କୁ ଗାଁ ଭିତରକୁ ପୁରାଇ ନଦେବାକୁ ଠେଙ୍ଗାବାଡି ଧରି ଜଗି ବସିଥିଲେ । ଏ ଖବର ପାଇବାପରେ ବିଦ୍ୟାଧରପୁର, ଗହଳାଡାହୀ ପ୍ରଭୃତି ଗ୍ରାମରେ ଥିବା ରବିନ୍ଦ୍ରଙ୍କ ସମର୍ଥକ ମାନେ ଏକଯୁଟ ହୋଇ ବିଦ୍ୟାଧରପୁର ଠାରୁ ରବିନ୍ଦ୍ରଙ୍କୁ ସୁରକ୍ଷା ବଳୟ ଭିତରେ ତାଙ୍କ ଗାଁକୁ ନେଇ ଛାଡିଥିଲେ । ରବିନ୍ଦ୍ରଙ୍କ ସମର୍ଥକ ମାନେ ଅଧିକ ସଂଖ୍ୟାରେ ହୋଇଯିବାରୁ ଗେଟ ଛକରେ ବସିଥିବା ଯୁବକମାନେ ଲୁଚି ଯାଇଥିଲେ । ରବିନ୍ଦ୍ର ପୃଷ୍ଟିଙ୍କ ସମର୍ଥକ ମାନେ ଫେରି ଆସିବାପରେ ଭିନ୍ନ ଗୋଷ୍ଠୀର ୧୦/୧୨ଜଣ ଯୁବକ ରାତିରେ ରବିନ୍ଦ୍ରଙ୍କ ଘରେ ପସି ଟେକା ପଥର ମାଡ କରିବା, ତାଙ୍କୁ ଗାଳି ଗୁଲଜ କରିବା ସହିତ ଜୀବନରେ ମାରି;ଦେବାକୁ ଦମକ ଦେବା, ତାଙ୍କ ଗ୍ରୀଲ ଗେଟକୁ ଭାଙ୍ଗିବା ଓ ପାଚେରୀ ଭିତରେ ତବବା ତାଙ୍କରକୁ ଭଙ୍ଗା ରୁଜା କରିଥିଲେ । ଫଳରେ ରବିନ୍ଦ୍ରଙ୍କ ପରିବାର ଲୋକେ ଭୟଭୀତ ଅବସ୍ଥାରେ ରାତି ଉଜାଗର ହାଇ ବସି ରହିଥିଲେ । ଆଜି ରବିନ୍ଦ୍ର ପୃଷ୍ଟି ସୋସୋ ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିବାପରେ ସୋସୋ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ଏଠାରେ ଶ୍ରମିକ ସଂଗଠନ ନାମରେ ପୁର୍ବରୁ ଅନେକବାର ଆଇନିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ପୁନର୍ବାର ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବାକୁ ଯାଉଥିବାରୁ ଖଣି ଅଞ୍ଚଳ ପୁଣି ଅଶାନ୍ତ ହୋଇ ଉଠିବାର ଆଶଙ୍କା ପ୍ରକାଶ ପାଇଛି । ପୁଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଆଇନିଶୃଙ୍ଖଳା ପରିସ୍ଥିତିକୁ ଭିଆଉଥିବା ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।


