ସ୍କୁଲକୁ ୫-ଟି ଯୋଜନା ଅନୁଦାନରେ ପାତର ଅନ୍ତର ଅଭିଯୋଗ 

ହାଟଡିହି, (ବିକାଶ ବିଶ୍ୱାଳ) :-ଏବେ ସ୍କୁଲର ରୁପାନ୍ତରିଣ ପାଇଁ ୫-ଟି ଯୋଜନାରେ ସାମିଲ କରାଯାଇ ବିଦ୍ୟାଳୟ ଗୁଡିକୁ ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଉଛି । କିନ୍ତୁ  ସ୍କୁଲକୁ ଯୋଗାଇ ଦିଆଯାଉଥିବା ୫-ଟି ଅନୁଦାନରେ ପାତର ଅନ୍ତର କରାଯାଉଥିବାରୁ ବିଦ୍ୟାଳୟ କମିଟି ସଦସ୍ୟ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ରାଜ୍ୟ ସରକାର ଗତବର୍ଷ ଏହି ଯୋଜନା ପ୍ରଣୟନ କରି ପ୍ରତି ବିଦ୍ୟାଳୟ ମାନଙ୍କୁ ୩୩ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେଇଥିଲେ । ଏତିକି ଅନୁଦାନ ରେ ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ, ସାଇକେଲ ଷ୍ଟାଣ୍ଡ, ସ୍କୁଲ ଗେଟ ନିର୍ମାଣ ଭଳି ଅନେକ କାର୍ଯ୍ୟ କରିବାକୁ ନିଦେ୍ର୍ଦଶ ଦେଇଥିଲେ । କିନ୍ତୁ ଏହି ଅନୁଦାନ ମଧ୍ୟରେ ସମସ୍ତ କାର୍ଯ୍ୟ ଠିକ ଭାବେ ହୋଇପାରିଲାନାହିଁ । ଅନେକ କାର୍ଯ୍ୟ ଅଧାପନ୍ତରିଆ ଭାବେ ରହିଗଲା ।   କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁ ସବୁ ସ୍କୁଲକୁ ୫-ଟି ଯୋଜନାରେ ସାମିଲ କରାଯାଇଛି ସେହି ସବୁ ସ୍କୁଲକୁ ପର୍ଯ୍ୟାପ୍ତ ଅନୁଦାନ ଯୋଗାଇ ଦେଉଥିବାରୁ ପୁର୍ବ ସ୍କୁଲ ଗୁଡିକ ତୁଳନାରେ ଢ଼େର ଅଧିକା କାମ ହୋଇପାରୁଛି । ଅନୁଦାନ ସୀମିତ ନଥିବାରୁ ସେମାନେ ଆବଶ୍ୟକ ସମସ୍ତ କାର୍ଯ୍ୟକୁ ନିଖୁଣ ଭାବେ କରିପାରୁଛନ୍ତି । ଯାହାଦ୍ୱାରାକି ପ୍ରଥମ ପର୍ଯ୍ୟାୟରେ ସାମିଲ ହୋଇଥିବା ସ୍କୁଲ ଗୁଡିକ ଠାରୁ ଢ଼େର ଅଧିକ ସୌନ୍ଦର୍ଯ୍ୟକରଣ ହୋଇ ପାରୁଛି । ଏହାକୁନେଇ ପ୍ରଥମ ପର୍ଯ୍ୟାୟରେ ୫-ଟିରେ ସାମିଲ ସ୍କୁଲ ଗୁଡିକର କମିଟି ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରି ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ପ୍ରଥମ ପର୍ଯ୍ୟାୟ ରେ ସାମିଲ ଥିବା ସ୍କୁଲ ସମୁହକୁ ଅଧିକ ଅନୁଦାନ ଯୋଗାଇ ଦେବାକୁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ