ଅଗ୍ନିପଥ ଯୋଜନା ବାତିଲ ଦାବୀରେ ପ୍ରତିବାଦ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଭାରତର ଗଣତାନ୍ତ୍ରିକ ଯୁବ ଫେଡେରସନ ତରଫରୁ କେନ୍ଦ୍ର ସରକାରଙ୍କର ଯୁବ ବିରୋଧି ଅଗ୍ନିପଥ ଯୋଜନା ନାମରେ ୪ବର୍ଷିଆ ଠିକା ନିଯୁକ୍ତିକୁ ବାତିଲ କରିବା ପାଇଁ ପାରଳାଖେମୁଣ୍ଡି ଠାରେ ପ୍ରତିବାଦ ଓ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିବାଦ ବିକ୍ଷୋଭ କାର୍ଯ୍ୟକ୍ରମରେ ନାଗେଶ୍ୱର ଶବରଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ସମ୍ପଦାକ ଯତୀନ ମହାନ୍ତି, ଜିଲ୍ଲା ସମ୍ପାଦକ ଶୁକୁ ଶବର, ଜିଲ୍ଲା ଉପସଭାପତି ମାନସ ଜେନା, ଜିଲ୍ଲା କମିଟି ସଭ୍ୟ ଜଇନ ଶବର ଏସ୍‌ଏଫ୍‌ଆଇ ନେତା ଦିଲ୍‌ସାନ ଜେନା ପ୍ରମୁଖ ମୋଦି ସରକାରଙ୍କୁ ଯୁବ ବିରୋଧି ନିତୀକୁ ତିବ୍ର ସମାଲୋଚନା କରିଥିଲେ । କହିଥିଲେ ବର୍ଷକୁ ୨କୋଟି ନିଯୁକ୍ତି କେବଳ ଭାଷଣ ଦେଉଛନ୍ତି, କେନ୍ଦ୍ର ସରକାରି ଦ୍‌ପତରରେ ୨୩ଲକ୍ଷ ପଦବୀ ଖାଲି ପଡିଥିବା ବେଳେ କେବଳ ସେନାବାହିନୀରେ ୧ଲକ୍ଷ ୨୫ ହଜାର ପଦବୀ ଖାଲି ପଡିଛି । ଏଭଳି ସ୍ଥଳରେ ଏଭଳି ଅଗ୍ନିପଥ ଯୋଜନା ଆଣିବା ହାସ୍ୟସ୍ପଦ । ୧୭ରୁ ୨୩ ବର୍ଷ ମଧ୍ୟର ଯୁବକଯୁବତୀମାନଙ୍କ ପାଇଁ ଏପରି ଆହ୍ୱାନ ଦେବା ଏକ ଅପରାଧ, ଚାକିରିରେ ସ୍ଥାୟିତ୍ୱ ନାହିଁ, ଭଭିଷ୍ୟତ ଅନ୍ଧକାର ହେବ, ସରକାର ଠିକା ନିଯୁକ୍ତି ନାମରେ ଦେଶରେ ବେସରକାରୀ ବାହିନୀ ତିଆରି କରିବା ପାଇଁ ଯୋଜନା କରୁଛନ୍ତି । ଯାହା ଫଳରେ ଦେଶର ସାରର୍ବଭୌମତ୍ୟ ସୃଷ୍ଟି ହେବ । ତେଣୁ ଏଭଳି ଦେଶ ବିରୋଧି ତଥା ଯୁବ ବିରୋଧୀ ନିତୀକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ