ମୋହନା ରେ ଉତ୍କଳ ପାଣ ଖ୍ରୀଷ୍ଟିଆନ ସମାଜ ର ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକର ଅଲିଗଣ୍ଡା ପଂଚାୟତ ସଦର ଅଲିଗଣ୍ଡା ଗ୍ରାମରେ ଉତ୍କଳ ପାଣ ଖ୍ରୀଷ୍ଟିଆନ ସମାଜ ତରଫରୁ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଶ୍ରୀଭକ୍ତିନାଥ ଯୋଗ ଦେଇ ଅସ୍ଥାୟୀ ସଭାପତି ଭାବେ ସଭାପତିତ୍ୱ କରି ସଭା ପରିଚାଳନା କରିଥିଲେ l ବୈଠକ ର ମୂଳ ଲକ୍ଷ୍ୟ ସରକାରଙ୍କ ଠାରେ ପାଣ ଖ୍ରୀଷ୍ଟିଆନ ମାନଙ୍କର ବିଭିନ୍ନ ଉନୟନ ମୂଳକ ବିଷୟରେ ଆଇନ ଭିତିକ ଅଧିକାର ପାଇଁ ଦାବୀ ରଖିବା ସହ ସଂଗଠନ କୁ ମଜବୁତ କରିବା ଏବଂରାଜନୈତିକ ଉର୍ଦ୍ଧରେ ରହି କେବଳ ଜାତିର ଉହ୍ନତି ଅଧିକାର ପାଇଁ ଦାବୀ ରଖିବା ବୋଲି ନିଷ୍ପତି କରାଯାଇଥିଲା l ଏହି ଅବସରେ ଅଳିଗଣ୍ଡାପଂଚାୟତର ସରପଞ୍ଚ, ସମିତିସଭ୍ୟା ସମେତ ମୋହନା ବ୍ଲକ ବିଜେଡି ତରଫରୁ ବିଳାସ ନାୟକ, ବିଜପିର ଅଜୟ ପାଇକ, କଂଗ୍ରେସର ସାଗର ବଳିୟାର ସିଂ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରକାଶ ନାୟକ, ରବି ରତନ , ଏଡୱାର୍ଡ ମନ୍ତ୍ରୀ, ଦେବାନନ୍ଦ ନାୟକ, ପ୍ରଶାନ୍ତ ନାୟକ, ସୁରେଶ ସିଂ, ପ୍ରେମ ନାୟକ, ବିନୋଦ ନାୟକ, ମଧୁ ନାୟକ ସମେତ ପ୍ରାୟ ଛଶହ ରୁ ଉର୍ଦ୍ଧ ପାଣ ଖ୍ରୀଷ୍ଟିଆନ ଯୋଗଦେଇଥିଲେ l


