ବଜ୍ରପାତରେ ଜଣକର ମୃତ୍ୟୁ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ଗୋଷାଣୀ ବ୍ଲକରେ ହଠାତ ବର୍ଷା ପବନ ମାଡି ଆସିଥିଲା | ଏହା ସାଙ୍ଗକୁ ବଜ୍ରପାତ ମଧ୍ୟ ଘଟିଥିଲା | ଏହି ସମୟରେ ବ୍ଲକର ଗୁରାଣ୍ଡି ଥାନା ଅନ୍ତର୍ଗତ ତାଟିପେଟି ଗ୍ରାମର ଡି.ରାମଣା ଜମିରେ ବିହନ ବୁଣିବାକୁ ଯାଇଥିବା ବେଳେ ବଜ୍ରପାତର ଶିକାର ହୋଇ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରି ଥିବାର ଜଣାପଡିଛି | ଜିଲ୍ଲାରେ ଗତ କିଛି ଦିନ ମଧ୍ୟରେ ବଜ୍ରାଘାତ ଯୋଗୁଁ ଗାଇଗୋରୁଙ୍କ ମୃତ୍ୟୁ ଘଟିଥିବାର ନଜିର ରହିଛି | ରାମଣାଙ୍କ ମୃତ୍ୟୁ ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ସେ ଜଣେ ଗରୀବ ଶ୍ରେଣୀର ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ପାଇଁ ସାଧାରଣରେ ନିବେଦନ ହୋଇଛି |


