ଗୋବରା ରେ “ମୋ ଗାଁ ରେ ତହସିଲ୍” କାର୍ଯ୍ୟକ୍ରମ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଗୋବରା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମୋ ଗାଁ ରେ ତହସିଲ୍ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ତହସିଲଦାର ଧରଣୀଧର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ 21ଜଣଙ୍କୁ ଜମି ପଟ୍ଟା ବିତରଣ କରାଯାଇଥିବା ବେଳେ 20 ଜଣଙ୍କୁ ସ୍ଥାୟୀ ବାସୀନ୍ଦା, ଜାତିଗତ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା I ସେହିପରି 8 ଟି ଗ୍ରାମ କଣ୍ଟକ ମୋକଦ୍ଦମା ଏବଂ 11 ଟି ଅଭିଯୋଗ ଶୁଣାଣି କରାଯାଇଥିବା ବେଳେ 15ଟି ନୂତନ ଦରଖାସ୍ତ ଗ୍ରହଣ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ଗୋବରା ରାଜସ୍ଵ ନିରୀକ୍ଷକ କାହ୍ନୁ ସାହୁ ,ରାଜେନ୍ଦ୍ର କୁମାର ନନ୍ଦ, ରାଜସ୍ଵ ପରିଦର୍ଶକ କଂଗ୍ରେସ୍ ମଲ୍ଲିକ , ରାଜସ୍ଵ କର୍ମଚାରୀ ଜଲ୍ଲଉଁଦିନ ଖାନ,ସୁଦର୍ଶନ ପ୍ରଧାନ କନିଷ୍ଠ ରାଜସ୍ୱ ସହାୟକ ବରିଷ୍ଠ ରାଜସ୍ବ ସହାୟକ ରାଜେନ୍ଦ୍ର କୁମାର ନନ୍ଦ ପ୍ରମୁଖ ସହଯୋଗ କରିଥିଲେ I 47ନଂ ଜୋନ ଜିଲ୍ଲା ପରିଷଦ ପୂର୍ଣ୍ଣବାସୀ ନାୟକ ଗୋବରା ସରପଞ୍ଚ ସୁପ୍ରଭା ନାୟକ,ସମିତି ସଭ୍ୟ ବିଭୁପାଦ ଜେନା, ପୂର୍ବତନ ସରପଞ୍ଚ ଚନ୍ଦ୍ରଶେଖର ନାୟକ, ବେଣୀପଲ୍ଲୀ ସରପଞ୍ଚ ଦୁର୍ଗା ମାଧବ ନାୟକ, ସମିତି ସଭ୍ୟା ମମତା ମହାନ୍ତି ଏବଂ ପଞ୍ଚାୟତ କାର୍ଯ୍ୟ ନିର୍ବାହି ଅଧିକାରୀ ସୁବାଷ ଚନ୍ଦ୍ର ଦଳବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ମୋ ଗାଆଁ ମୋ ତହସିଲ କାର୍ଯ୍ୟକ୍ରମର ଲାଭ ଉଠାଇବା ପାଇଁ ଜନ ସାଧାରଣଙ୍କୁ ଉତ୍ସାହିତ କରିଥିଲେ I ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ପ୍ରତ୍ୟେକ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଲୋକଙ୍କର ତହସିଲ ସମ୍ପର୍କିତ ଥିବା ସମସ୍ୟା ଗୁଡ଼ିକ ତୁରନ୍ତ ସମାଧାନ କରାଯିବ ବୋଲି ତହସିଲଦାର ଶ୍ରୀ ବେହେରା ପ୍ରକାଶ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ