ଗୋବିନ୍ଦପୁର ପୀରପୀଠ ର ଉନ୍ନତୀ କରଣ କରିବାକୁ ଦାବି
ନିମାପଡ଼ା, (ସନ୍ତୋଷ ଦାଶ) :-ପୁଣ୍ୟ ତୋୟା ପ୍ରାଚୀନଦୀ ତଟ ରେ ରହିଛି ଅନେକ ପୀରପୀଠ। ତା ମଧ୍ୟରୁ ନିମାପଡା ବ୍ଲକ ଭୋଦର ପଞ୍ଚାୟତ ର ଗୋବିନ୍ଦପୁର ଗ୍ରାମରେ ରହିଛି I ଏକ ପୀରପୀଠ ଯେଉଁଠି ଉଭୟ ହିନ୍ଦୁ ଓ ମୁସଲମାନ ଭକ୍ତ ମାନେ ଏକତ୍ର ପୂଜା କରିଥାଆନ୍ତି । ଭାଇଚାରା ର ବାର୍ତ୍ତା ପ୍ରଚାର କରିଆସୁଥିବା ଏହି ପୀରପୀଠ ର ଉନ୍ନତିକରଣ କରାଯାଇ ପୀଠ ର ବିକାଶ କରିବାକୁ ସ୍ଥାନୀୟ ଅଞ୍ଚଳ ର ଅଧିବାସୀ, ବୁଦ୍ଧିଜୀବି ମାନେ ମୁଖ୍ୟମନ୍ତ୍ରୀ, ୫ଟି ସଚିବ ଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ପୀରପୀଠ ର ମଜାର ଗୁଡ଼ିକ ରକ୍ଷଣାବେକ୍ଷଣ ଅଭାବ ରୁ ଭାଙ୍ଗି ରୁଜି ଗଲାଣି । ଏଗୁଡ଼ିକ ର ରକ୍ଷଣାବେକ୍ଷଣ କରିବା ଜରୁରୀ ହୋଇପଡ଼ିଛି ବୋଲି କୁହନ୍ତି ସ୍ଥାନୀୟ ଅଞ୍ଚଳ ର ସମାଜସେବୀ ଚନ୍ଦ୍ରକାନ୍ତ ଦଳାଇ, ସନାତନ ପାତ୍ର, ବାଦଲ ଖାଁ, ଇବ୍ରାହିମ ଖାଁ ପ୍ରମୁଖ ଅଞ୍ଚଳବାସୀ ।


