ଚମାଖଣ୍ଡି ପଂଚାୟତ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ 

ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ସରପଂଚ ସି. ଏଚ୍‌. ମନୋଜ କୁମାର ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଂଚଳ ଗୁଡିକରେ ସାମାଜିକ ବାସନ୍ଦ, ବାଲ୍ୟ ବିବାହ ରୋକିବା ଉପରେ ସରପଂଚ ଉପସ୍ଥିତ ଥିବା ପଂଚାୟତର ବହୁ ଜନସାଧାରଣ ମାନଙ୍କୁ ସଚେତନତା କରାଇଥିଲେ । ଗୁଣି ଗାରେଡି ସନ୍ଦେହ ଦୂର କରିବା ସହିତ ସାମାଜିକ ବାସନ୍ଦ ପ୍ରଥାକୁ ନା କହିବା ନିମନ୍ତେ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବା ନିମନ୍ତେ ସେ କହିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ଚମାଖଣ୍ଡି ରାଜସ୍ୱ ନିରୀକ୍ଷକ ନରେନ୍ଦ୍ର ସେଠୀ , ଓ୍ବାର୍ଡ ମେମ୍ବର ପି. ଶିବରାମ ରେଡ୍ଡୀ, ଆର୍‌. ତ୍ରିନାଥ ରେଡ୍ଡୀଙ୍କ ସମେତ ପଂଚାୟତର ବହୁ ଭଦ୍ର ବ୍ୟକ୍ତି ଆଶା ଓ ଅଙ୍ଗନବାଡି କର୍ମୀ ମାନେ ଉପସ୍ଥିତ ଥିଲେ । ଶେଷରେ ପିଇଓ ସନ୍ତୋଷ କୁମାର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ