ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ହେବାକୁ ଥିବା ପବିତ୍ର ଦକ୍ଷିଣ ଓଡିଶାରେ ଖ୍ୟାତି ଲାଭ କରିଥିବା ରଥଯାତ୍ରା ପାଇଁ ପ୍ରଶାସନ ତରଫରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ, ପାରଳା ପୌରପାଳିକା ଅଧ୍ୟକ୍ଷା ନିର୍ମଳା ସେଠୀ, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଉପଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ, ରଥଯାତ୍ରା କମିଟିର କୋଷାଧ୍ୟକ୍ଷ ରାମନାଥ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଏଥିରେ ସହରର ବହୁ ବୁଦ୍ଧିଜୀବୀ ଓ ରଥଯାତ୍ରା କମିଟିର ସଦସ୍ୟମାନେ ଉପସ୍ଥିତଥିଲେ । ଏଥିରେ ମୁଖ୍ୟତଃ ୨୦୨୧ ବର୍ଷର ଆଦାୟ ଓ ଖର୍ଚ୍ଚ, ରଥ ନିର୍ମାଣ ଓ ମରାମତି ସମ୍ପର୍କେ ଆଲୋଚନା, ଉଠା ଦେକାନ ବ୍ୟବସ୍ଥା ଓ ମୀନାବଜାର ପାଇଁ ନିରୂପଣ ଓ ନିଲାମ, ଶୁଖିଲା ଭୋଗ, ଅନ୍ନଭୋଗ, ସହରରେ ପରିମଳ ବ୍ୟବସ୍ଥା ଓ ପାନୀୟ ଜଳ ଯୋଗାଣ, ଗୁଣ୍ଡିଚା ବାଡିର ରକ୍ଷଣାବେକ୍ଷଣ, ବିଦ୍ୟୁତ୍ ବ୍ୟବସ୍ଥା, ରାସ୍ତାଘାଟ, ରଥ ସଞ୍ଚାଳନ ବ୍ୟବସ୍ଥା, ଶନ୍ତିଶୃଙ୍ଖଳା ଆଦି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଏହା ସହ କରୋନାକୁ ଦୃଷ୍ଟିରେ ରଖି ମାସ୍କ ବ୍ୟବବାର କରିବା ପାଇଁ ଗୁରୁତ୍ୱାରୋପ କରାଯାଇ ସମସ୍ତେ କିପରି ମାସ୍କ ପରିଧାନ ଓ ସାମାଜିକ ଦୂରତ ରକ୍ଷା କରିବେ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ