ବ୍ଲକ ସ୍ତରୀୟ ଚୟନ ଓ ପରାମର୍ଶ ମେଳା

ଛତ୍ରପୁର, (ଦେବଦତ୍ତ ମହାରଣା) :-ଓରମାସ, ଓଡିଶା ଜିବିକା ମିଶନ, ପଂଚାୟତିରାଜ ଓ  ମିଶନ ଶକ୍ତିବିଭାଗ ପକ୍ଷରୁ ସ୍ଥାନୀୟ ବ୍ଲକ ପରିସରରେ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ବ୍ଲକ ସ୍ତରୀୟ ଚୟନ ଓ ପରାମର୍ଶ ଶିବିର ଭାରପ୍ରାପ୍ତ ବିଡିଓ ତଥା ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର ଙ୍କ ପୌରହିତରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ କିରଣ କୁମାରୀ ଦାସ, ଉପାଧ୍ୟକ୍ଷା ଏସ୍‌. ସାରଦା ରେଡ୍ଡି, ଓରମାସ ର ଡେପୁଟି ସିଇଓ ଡଃ ଜ୍ୟୋତି ପ୍ରକାଶ ମହାନ୍ତି, ଜିପିଇଓ ଅଶୋକ କୁମାର ଦାଶ ପ୍ରମୁଖ ମଂଚାସୀନ ଥିଲେ । ଓଡିଶା ଜିବୀକା ମିଶନର ବ୍ଲକ ପ୍ରକଳ୍ପ ସଂଯୋଜିକା ମାନିନୀ ଜେନା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ଅବସରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହ ଯୋଗରେ ଗ୍ରାମାଂଚଳରେ ନିଯୂକ୍ତି ଅପେକ୍ଷା ରେ ଥିବା ଯୁବକ ଯୁବତୀ ଙ୍କୁ ବିଭିନ୍ନ ଦକ୍ଷତା ଭିତ୍ତିକ କର୍ମ ସଂସ୍ଥାନ ମାଗଣା ରହିବା ଓ ଖାଇବା ସହ ଉପଯୁକ୍ତ ତାଲିମ ଓ ପ୍ରଶିକ୍ଷଣ ଦେଇ ସେମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ଏବଂ ନିଯୂକ୍ତି ସୁଯୋଗ ଉପଲବ୍ଧ ରହିଛି ବୋଲି ଅତିଥି ମାନେ ମତ ଦେଇଥିଲେ । ବେରୋଜଗାରୀ ହ୍ରାସ ସହ ସେମାନଙ୍କୁ ଆର୍ଥିକ ବିକାଶ ଦିଗରେ ସରକାରଙ୍କ ଆଭିମୁଖ୍ୟ ବିଶେଷ ସହାୟକ ହେବ ବୋଲି ମଧ୍ୟ ସେମାନେ କହିଥିଲେ । ଏହି ଅବସରରେ ବହୁ ପଂଚାୟତ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ଏହି ଶିବିରରେ 227 ଜଣ ପଞ୍ଜୀକରଣ କରିଥିବା ବେଳେ ତାଲିମ ଓ ପ୍ରଶିକ୍ଷଣ ପାଇଁ ୧୨୫ ଜଣ ମନୋନୀତ ହୋଇଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ