ରଥଯାତ୍ରା ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
ନିମାପଡା, (ସନ୍ତୋଷ ଦାଶ) :-ପବିତ୍ର ଶ୍ରୀ ଗୁଣ୍ଡିଚା ରଥଯାତ୍ରା ଓ ବନ ମହୋତ୍ସବ ଅବସରରେ “ନିରାଶ୍ରୟ ସେବାଶ୍ରମ” ସ୍ଵେଛାସେବୀ ସଂଗଠନ ତରଫରୁ ନିମାପଡା ବ୍ଲକ ତୁଳସୀପୁର ପଂଚାୟତ ର ବେଲପଡା ” ମହିମା ଗାଦୀ ମଠ “ପରିସରରେ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ “ନିରାଶ୍ରୟ ସେବାଶ୍ରମ “ର ସଭାପତି ମାନସ ରଞ୍ଜନ ପାଢ଼ୀ, ସମ୍ପାଦକ ସୁବାସ ଚନ୍ଦ୍ର ସାହୂ, ଜୟକୃଷ୍ଣ ସାହୁ,ତ୍ରିନାଥ ବେହେରା, ବୈରାଗୀ ସାହୁ, କବିନ୍ଦ୍ର କୁମାର ନାୟକ, ନାରାୟଣ ପ୍ରସାଦ, ସତ୍ୟଭୂଷଣ ନାୟକ, ମନୋଜ କୁମାର ମାଣିକ, ପ୍ରଶାନ୍ତ କୁମାର ବେହେରା, (ଉପଦେଷ୍ଟା ) ଲଷ୍ମୀଧର ବେହେରା ଓ ବେଲପଡା ମହିମା ମଠର ବାବା ଉପସ୍ଥିତ ରହି ନଡ଼ିଆ, ଆମ୍ବ, ବଉଳ, ଜାମୁ ଇତ୍ୟାଦି ବୃକ୍ଷ ଚାରା ରୋପଣ କରାଯାଇଥିଲା ।