କରଞ୍ଜିଆ ରେ ସାମ୍ବାଦିକ ଙ୍କ କଳାବ୍ୟାଚ ପରିଧାନ ଏବଂ ପ୍ରତିବାଦରେ ସଭା

କରଞ୍ଜିଆ, (ଜିତେନ୍ଦ୍ର ରାଜ) :-ବରିଷ୍ଠ ସାମ୍ବାଦିକ ତଥା ବଡଖଵର ଟିଭି ଚ୍ୟାନେଲ ମାଲିକ ଅର୍ଦ୍ଧେନ୍ଦୁ ଦାସଙ୍କ ବିରୋଧରେ ରାଜ୍ୟ ସରକାରଙ୍କ (ଇଓଡବ୍ଲୁ) ଆକ୍ରୋଶ ମୂଳକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଆଜି କରଞ୍ଜିଆ ସୂଚନା ଓ ଲୋକସମ୍ପର୍କ ବିଭାଗ ପାଠାଗାର ଠାରେ ସମସ୍ତ ସାମ୍ବାଦିକ କରଞ୍ଜିଆ ସାମ୍ବାଦିକ ସଂଘ ସଭାପତି ଧରଣୀଧର ପ୍ରଧାନଙ୍କ ସଭାପତିତ୍ବରେ ଏକତ୍ରିତ ହୋଇ ଏହି କାର୍ଯ୍ୟକ୍ରମର ତିବ୍ର ନିନ୍ଦା କରିଥିଲେ । ସଭା ପ୍ରାରମ୍ଭରେ ଆଜି ସଡ଼କ ଦୁର୍ଘଟଣାରେ କାର୍ଯ୍ୟରତ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ଅକାଳ ବିୟୋଗରେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ରାଜ୍ୟ ସରକାର ଗଣମାଧ୍ୟମର କଣ୍ଠରୋଧ କରୁଛନ୍ତି ଏବଂ ଯେଉଁ ମାନେ ସତ୍ୟର ପନ୍ଥା ଅବଲମ୍ବନ କରି ଅନୁସନ୍ଧାନ କରୁଛନ୍ତି ସେମାନଙ୍କୁ ବିରୋଧ କରୁଛନ୍ତି ବୋଲି ସାମ୍ବାଦିକ ମାନେ ମତବ୍ୟକ୍ତ କରିଥିଲେ । ଏହା ସହ ସରକାରୀ କଳର ଅପବ୍ୟବହାର କରି ଦୁର୍ନୀତିରେ ଲିପ୍ତ ଥିବା ଲୋକମାନଙ୍କୁ ଘଣ୍ଟ ଘୋଡାଇବା ପାଇଁ ଚେଷ୍ଟା କରୁଛନ୍ତି । ତେଣୁ ସରକାର ଏହି କାର୍ଯ୍ୟକ୍ରମରୁ କ୍ଷାନ୍ତ ରୁହନ୍ତୁ ନଚେତ ଆଗାମୀ ଦିନ ରେ ଆନ୍ଦୋଳନ ତୀବ୍ରତର କରାଯିବ ଏବଂ ଏହା ରାଜ୍ୟ ସାରା ବ୍ୟାପିଯିବ ବୋଲି ଉପସ୍ଥିତ ସାମ୍ବାଦିକ ମାନେ ପ୍ରକାଶ କରିଥିଲେ । ସମସ୍ତ ସାମ୍ବାଦିକ ଅର୍ଦ୍ଧେନ୍ଦୁ ବାବୁଙ୍କ ପଛରେ ରହିଛନ୍ତି ଏବଂ ଏହି ଦୁର୍ଦ୍ଦିନ ସମୟରେ ଏକଯୁଟ ହୋଇ ଏହି ସମସ୍ୟାର ସମାଧାନ ପାଇଁ ଚେଷ୍ଟା ଜାରି ରଖିବେ ବୋଲି ପ୍ରକାଶ କରିଥିଲେ ଏବଂ ଆସନ୍ତା ସୋମବାର ସାମ୍ବାଦିକ ଙ୍କ ଉପରେ ବୃଦ୍ଧିପାଉଥିବା ଅତ୍ୟାଚାର ଓ ଅର୍ଧେନ୍ଦୁ ଦାସ ଙ୍କ ବିରୋଧରେ ଆକ୍ରୋଶ ମୂଳକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଉପଜିଲ୍ଲାପାଳ ଙ୍କ ମାଧ୍ୟମ ରେ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଙ୍କ ଉଧେଶ୍ୟ ରେ ଦାବିପତ୍ର ପ୍ରଦାନ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଉମାଶଙ୍କର ଦାସ, କର୍ଣାର୍ଜୁନ ସାହା, ଉଦିପ୍ତ ବେହେରା, ଦିପକ ମହାନ୍ତ, ବିନ୍ଦୁସାର ଦାସ, ବେହେରା,ଟୁଟୁ ମେହେର, ସଞ୍ଜୟ ଅଗ୍ରୱାଲ, ଅରୁଣ ବେହେରା, ଦିନେଶ ଦାସ,, ତଥା ବହୁ ସାମ୍ବାଦିକ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ । ସମସ୍ତ ସାମ୍ବାଦିକ ଆଜି ସମ୍ପୁର୍ଣ୍ଣ ଦିନରେ କଳା ବ୍ୟାଜ ପରିଧାନ କରି ସରକାରଙ୍କ ଏହି ଅମାନବୀୟ କାର୍ଯ୍ୟର ନିନ୍ଦା କରିବା ସହ ଶିଘ୍ର ଅର୍ଦ୍ଧେନ୍ଦୁ ବାବୁଙ୍କୁ ଜେଲରୁ ଛାଡିବାର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି । ପରିଶେଷରେ ବଡଖଵର କରଞ୍ଜିଆ ପ୍ରତିନିଧି ତନ୍ମୟ ଦାସ ଉପସ୍ଥିତ ସମସ୍ତ ସାମ୍ବାଦିକ ମାନଙ୍କୁ ଶ୍ରୀ ଦାସଙ୍କ ପଛରେ ରହିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ