ଶନିଦେବଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତ ସରମରା ଗ୍ରାମରେ ବାବା ଶନିଦେବଙ୍କ ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ପୁଷ୍କରିଣୀରୁ କଳସ ଅଣାଯାଇଥିଲା । ଏଥିରେ ୨୪ ଜଣ ପୁରୁଷ ଓ ମହିଳା ସାମିଲ ହୋଇଥିଲେ । ପରେ କଳସ ପୂଜା, ସୂର୍ଯ୍ୟପୂଜା, ଅଗ୍ନିସ୍ଥାପନ, ଉପଚାର ପୂଜା, ହୋମଯଜ୍ଞ ଆଦି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଆନନ୍ଦ ଚନ୍ଦ୍ର ରାଉତ, ସାବିତ୍ରୀ ରାଉତ କର୍ତ୍ତା ଭାବେ ଦାୟୀତ୍ୱ ତୁଲାଇଥିଲେ । ପୂଜକ କୃଷ୍ଣ ଚନ୍ଦ୍ର ପତି, ପଦ୍ମନାଭ ପଣ୍ଡା, ଚନ୍ଦନ ପଣ୍ଡା ପୂଜା କାର୍ଯ୍ୟ ସଂପାଦନ କରିଥିଲେ । ପୂଜା କାର୍ଯ୍ୟରେ ସନାତନ ପାତ୍ର, ନାରାୟଣ ନାୟକ, ଶଶୀକାନ୍ତ ଜେନା, ନାରାୟଣ ବିଶ୍ୱାଳ, ପ୍ରିୟବ୍ରତ ରାଉତ, ଗଙ୍ଗାଧର ନାୟକ, ନରେଶ ଜେନା, ସତ୍ୟପ୍ରକାଶ ରାଉତ, ଅମର ରାଉତ, ଅନନ୍ତ ଜେନା, ପୂର୍ଣ୍ଣ ଚନ୍ଦ୍ର ରାଉତ, ସୁକାନ୍ତ ସାହୁ, ବାବୁଲା ବିଶ୍ୱାଳ, ବାଜୁ ଜେନା, କୈଳାସ ବିଶ୍ୱାଳ, ଭରତ ବିଶ୍ୱାଳ, ଛବିନ୍ଦ୍ର ବିଶ୍ୱାଳ, ଚକ୍ରଧର ରାଉତ, କାର୍ତ୍ତିକ ଖୁଣ୍ଟିଆ, ତପନ ଜେନା, ରାଜେଶ ବିଶ୍ୱାଳ, ସୁଧୀର ରାଉତ, ରଶ୍ମିରଞ୍ଜନ ରାଉତଙ୍କ ସମେତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ । ଏଥିରେ ଗୋହିରା, ଦେବତା ଗଢିଆ, ଏରଝାଟିଆ ଗ୍ରାମର ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିଲେ ।