ଲଗାମ ଛଡା ବିଦେଶୀ ମଦ ଦୋକାନ ନିୟମ କୁ ଫୁ : ରାତି ବାର ଯାଏ ଦୋକାନ ମେଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ମହକୁମା ଠାରେ ଥିବା ବିଦେଶୀ ମଦ ଦୋକାନ ରେ କେତେବେଳେ ଚଢାଦରରେ ବିକ୍ରୀ ହେଉଛି ତ ଆଉ କେତେବେଳେ ଆନ୍ଧ୍ରକୁ ବେଆଇନ ମଦ ଚୋରାଚାଲାଣ କରୁଥିବା ଅଭିଯୋଗ ହେଉଥିବା ବେଳେ ମଦ ବ୍ୟବସାୟୀ ଆଉ ଏକ ବିବାଦୀୟ ବିଷୟରେ ଛନ୍ଦି ହୋଇଥିବା ଦେଖିବାକୁ ମିଳୁଛି l ବ୍ୟବସାୟୀ ଜଣକ ସରକାରଙ୍କ ନିୟମକୁ ଫୁ କରି ମଧ୍ୟ ରାତ୍ର ପର୍ଯ୍ୟନ୍ତ ଦୋକାନ ଖୋଲlରଖି ବିକ୍ରି କରୁଥିବାରୁ ଗତ ଗୁରୁବାର ଦିନ ରାତିରେ ଥାନା ଅଧିକାରୀ ଗୋବିନ୍ଦ ଗୌଡ଼ଙ୍କ ନିର୍ଦେଶ କ୍ରମେ ଏସ୍ ଆଇ ନିରଂଜନ ପାଣିଗ୍ରାହୀ ଉକ୍ତ ଦୋକାନରେ ପହଞ୍ଚି ଦୋକାନ ବନ୍ଦ କରାଇବା ସହ ଚେତାବନୀ ଦେଇଥିବା ବିଷୟଟି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି I ସରକାରୀ ନିୟମ ଅନୁସାରେ ଗ୍ରାମାଞ୍ଚଳରେ ସକାଳୁ ୧୦.୩୦ମିନିଟ୍ ରୁ ରାତ୍ର ୧୦ .୩୦ମିନିଟ୍ ପର୍ଯ୍ୟନ୍ତ ନିୟମ ଥିବା ବେଳେ ବ୍ୟବସାୟୀ ଜଣକ ସକାଳୁ ୮.୦୦ ମିନିଟ୍ ରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ଖୋଲା ରଖିଥିବା ଅଭିଯୋଗ ହୋଇଛି l ଖୁଲମ୍ ଖୁଲା ଭାବେ ସରକାରୀ ନିୟମ କୁ ଉଲଂଘନ କରି ଲଗାମ ଛଡା ହୋଇଛି ରାୟଗଡ ବିଦେଶୀ ମଦ ଦୋକାନ l ସରକାରୀ ନିୟମ କୁ ଫ କରି ରାତ୍ରି ୧୨.୩୦ ମିନିଟ୍ ପର୍ଯ୍ୟନ୍ତ ଦୋକାନ ଖୋଲା ରଖି ମଦ ବିକ୍ରୀ କରିବା ସହ ମଦ ଚୋରାଚାଲାଣ କରୁଥିବା ଅଭିଯୋଗ ହୋଇଛି l ଯଦ୍ଵାରା ଅସାମାଜିକ କାର୍ଯ୍ୟ ଅଂଚଳରେ ବଢିବା ଆଶଙ୍କା କରାଯାଉଛି l ବିଗତ ଦିନରେ ବିଭିନ୍ନ ପ୍ରକାରର ଚୋରି ହାରି ହୋଇଥିବା ଖବର ନଜିର ଥିବା ବେଳେ ବର୍ତ୍ତମାନ ରଥ ଯାତ୍ରା ସମୟରେ ଏପରି ହେଉ ଥିବାରୁ ବିଭିନ୍ନ ମହାଳରୁ ଏହାକୁ ନିନ୍ଦା କରା ଯାଉଛି l ଏଥି ପ୍ରତି ଅବକାରୀ ବିଭାଗ ନିରବ ଦ୍ରଷ୍ଟା ସାଜିଥିବାରୁ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି l ଏ ସଂକ୍ରାନ୍ତରେ ଅବକାରୀ ଅଧୀକ୍ଷକ ପ୍ରଭାତ କୁମାର ସେଠୀଙ୍କ ସହିତ ଯୋଗାଯୋଗ କରାଯିବା ସତ୍ତ୍ଵେ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ l


