ବ୍ଲକ ରିଟେଲର ସଂଘର ଦାବୀ ପତ୍ର ପ୍ରଦାନ
ବନ୍ତ, (ଚାନ୍ଦିନୀ ମହାନ୍ତି) : ଆଜି ବନ୍ତ ବ୍ଲକ ରିଟେଲର ସଂଘ ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ବିଭିନ୍ନ ସମ୍ବଳିତ ଦାବୀ ପତ୍ର ବିଡିଓଙ୍କୁ ପ୍ରଦାନ କରାଯାଇଛି । ଉକ୍ତ ଦାବୀ ମଧ୍ୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ବକେୟା ପାରିଶ୍ରମିକ ପ୍ରଦାନ, ଇ.ପିଓଏସ୍ ମେସିନର ବ୍ୟବହାରିକ ଖର୍ଚ୍ଚ, ଆବଶ୍ୟକୀୟ ଯନ୍ତ୍ରାଂଶ ଯେ।।ଗାଣ, ମଧ୍ୟାହ୍ନ ଭୋଜନ ବଣ୍ଟନ ବାବଦରେ ପାରିଶ୍ରମିକ, ଏକକାଳୀନ ହିତାଧିକାରୀଙ୍କୁ ଖାଉଟି ସାମଗ୍ରୀ ଖୁଚୁରା ବିକ୍ରୟ କେନ୍ଦ୍ରକୁ ପ୍ରେରଣ କରିବା, ମୃତ୍ୟୁବରଣ କରିଥିବା ଖୁଚୁରା ବିକ୍ରେତାଙ୍କ ପରିବାରକୁ ପୁନଃନିଯୁକ୍ତି, ପଶ୍ଚିମବଙ୍ଗ ରାଜ୍ୟ ପରି ପ୍ରତ୍ୟେକ ୩ ବର୍ଷରେ ସନନ୍ଦ ନବୀକରଣ ଆଦେଶ ପ୍ରଦାନ ଆଦି ଅନ୍ତର୍ଭୁକ୍ତ ଥିଲା । ଏଥିରେ ବ୍ଲକ ସଭାପତି ସୂର୍ଯ୍ୟମଣି ଜେନା, ସଂପାଦକ ହରିହର ମହାନ୍ତିଙ୍କ ସମେତ ଅନ୍ୟ ମାନେ ସାମିଲ ଥିଲେ ।


