ବନାଖଣ୍ଡିରେ ଲିଙ୍ଗରାଜ, କୋଣାର୍କରେ ଅଜୟ, ଚିତ୍ରେଶ୍ବରୀ ରେ ଲକ୍ଷ୍ମୀଧର ସମବାୟସମିତି ସଭାପତି ନିର୍ବାଚିତ

କୋଣାର୍କ, (ଜ୍ୟୋସ୍ନା ରାଣୀ ପ୍ରସାଦ) :-କୋଣାର୍କ ଥାନା ଅଧିନସ୍ଥ ବନାଖଣ୍ଡି ଗ୍ରାମ ପଞ୍ଚାୟତର ବନାଖଣ୍ଡି ସେବା ସମବାୟ ସମିତିର ସଭାପତି, କୋଣାର୍କ ସେବା ସମବାୟ ସମିତିର ସଭାପତି ନିଦ୍ବାନ୍ଦରେ ନିର୍ବାଚିତ ହୋଇଥିବା ବେଳେ ଅବଦାନ ଗ୍ରାମପଞ୍ଚାୟତର ଚିତ୍ରେଶ୍ବରୀ ସେବା ସମବାୟ ସମିତିର ସଭାପତି ନିର୍ବାଚନରେ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ କଡା ମୁକାବିଲା ପରିଲକ୍ଷିତ ହୋଇଛି । ଖବରରୁ ପ୍ରକାଶ ଯେ ବନାଖଣ୍ଡି ଗ୍ରାମପଞ୍ଚାୟତର ବନାଖଣ୍ଡି ସେବା ସମବାୟ ସମିତିର ୧୫ଜଣ ବୋର୍ଡ ସହ କୃଷକ ନେତା ଲିଙ୍ଗରାଜ ନାୟକ ସଭାପତି ଭାବେ ଓ ଉପସଭାପତି ଭାବେ ନାରୀନେତ୍ରୀ ସୁଲୋଚନା ସାହୁ ନିଦ୍ବାନ୍ଦରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଦାଶରଥି ସାହୁ ପ୍ରକାଶ କରିଛନ୍ତି। ସେହିପରି କୋଣାର୍କ ଏନଏସି ଅନ୍ତର୍ଗତ କୋଣାର୍କ ସେବା ସମବାୟ ସମିତିର ସଭାପତି ଭାବେ ଅଜୟକୁମାର ବେହେରା ଦ୍ଵିତୀୟ ଥର ପାଇଁ ବିନା ପ୍ରତିଦ୍ବନ୍ଦିତାରେ ନିର୍ବାଚିତ ହୋଇଥିବା ବେଳେ ୧୫ ବୋର୍ଡ ସଦସ୍ୟ ସଦସ୍ୟା ମଧ୍ୟରୁ ୧୩ଜଣ ବୋର୍ଡ ସଦସ୍ୟ ନିଦ୍ବାନ୍ଦରେ ନିର୍ବାଚିତ ହୋଇଛନ୍ତି । ଏହି ଥାନା ଅଧିନସ୍ଥ ଅବଦାନ ଗ୍ରାମ ପଞ୍ଚାୟତର ଚିତ୍ରେଶ୍ବରୀ ସେବା ସମବାୟ ସମିତି ପକ୍ଷରୁ ଅନୁଷ୍ଠିତ ସଭାପତି ନିର୍ବାଚନରେ କଂଗ୍ରେସ ଦଳର ପ୍ରାର୍ଥୀ ଲକ୍ଷ୍ମୀଧର ବେହେରା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଶ୍ରୀ ବେହେରା ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ବିଜେଡି ଦଳର ପ୍ରାର୍ଥୀ ରଂଜନ କୁମାର ପଣ୍ଡାଙ୍କୁ ପରାଜିତ କରି ବିଜୟୀ ହୋଇଛନ୍ତି। ବିଜୟୀ ସଭାପତି ଲକ୍ଷ୍ମୀଧର ବେହେରାଙ୍କୁ ୮ଖଣ୍ଡ ଭୋଟ ମିଳିଥିବା ବେଳେ ପରାଜିତ ପ୍ରାର୍ଥୀ ରଂଜନ କୁମାର ପଣ୍ଡାଙ୍କୁ ୭ଖଣ୍ଡ ଭୋଟ ମିଳିଛି ବୋଲି ନିର୍ବାଚନ ଅଧିକାରୀ ବାସୁଦେବ ବରାଳ ପ୍ରକାଶ କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ