ସିୟୁଟିଏମ୍ ରେ ଜାତୀୟ ମତ୍ସ୍ୟ କୃଷକ ଦିବସ ପାଳନ 

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ପ୍ରଥମ ଥର ପାଇଁ ଓଡିଶାର ଅନୁଗୁଳରେ ପ୍ରଫେସର ଡ଼କ୍ଟର ହୀରାଲାଲ ଚୌଧୁରୀ ଏବଂ ପ୍ରଫେସର ଡ଼କ୍ଟର କେ ଏଚ ଅଲିକୁନିଙ୍କୁ ସ୍ମରଣ କରିବା ପାଇଁ  ପ୍ରତିବର୍ଷ ଜୁଲାଇ ୧୦ କୁ ଜାତୀୟ ମତ୍ସ୍ୟ କୃଷକ ଦିବସ ପାଳନ କରାଯାଇଥାଏ । ୧୯୫୭ରେ ପ୍ରଥମର ପାଇଁ ଏହି ଦିବସକୁ ପାଳନ କରାଯାଇଥିଲା ।ଏହି ଦିବସକୁ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମସ୍ତ ମତ୍ସ୍ୟଜୀବୀ ଏବଂ ମତ୍ସ୍ୟ ଚାଷୀଙ୍କ ସହ ଏକତା ପ୍ରଦର୍ଶନ କରିବା। ଆଜିର ଏହି ଦିନକୁ ସ୍ମରଣ କରିବା ପାଇଁ ସ୍କୁଲ ଅଫ୍ ଫିସେରିଜ୍ , ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ, ପାରଳାଖେମୁଣ୍ଡିରେ ଜାତୀୟ ମତ୍ସ୍ୟ କୃଷକ ଦିବସ ପାଳନ  ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ଼କ୍ଟର ସରୋଜ କୁମାର ସ୍ବାଇଁ ନିର୍ଦ୍ଦେଶକ ତଥା ଡ଼କ୍ଟର ମ୍ରିଣାଳ ସାମନ୍ତ , ପ୍ରମୁଖ ବୈଜ୍ଞାନିକ , ଆଇ.ସି.ଏ.ଆର- କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା ଯୋଗଦାନ କରିଥିଲେ। ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ଡକ୍ଟର ଅନୀତା ପାତ୍ର ସ୍ବାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ଡ଼କ୍ଟର ସରୋଜ କୁମାର ସ୍ବାଇଁ ଏବଂ ଡ଼କ୍ଟର ପ୍ରଣାଳ ସାମନ୍ତ ଯୋଗଦେଇ ଛାତ୍ରମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଏହାସହ ନିର୍ଦ୍ଦେଶକ , ସିଫା ମଧୁରଜଳ , ଜଳଚର କ୍ଷେତ୍ରରେ ଅଗ୍ରଗତି , ଖାଦ୍ୟ ଏବଂ ରଙ୍ଗୀନ ମାଛରେ ଜେନେଟିକ ଉନ୍ନତି ବିଷୟରେ ଛାତ୍ରମାନଙ୍କୁ ବୁଝାଇ କହିଥିଲେ । ଆହୁରି ମଧ୍ୟ ମଧୁରଜଳ ଜଳଚର ପ୍ରଚାରରେ ଆଇସିଏଆର୍ – ସିଆଇଏଫଏ ଦ୍ବାରା ନିଆଯାଇଥିବା ବିଭିନ୍ନ ଉନ୍ନତିମୂଳକ ପଦକ୍ଷପ ବିଷୟରେ ସେ ଉଲ୍ଲେଖ କରିଥିଲେ। ଏହି ଅବସରରେ ନିର୍ଦ୍ଦେଶକ, ଆଇସିଏଆର୍ – ସିଆଇଏଫଏ ଟୋଟାଗୁମୁଦା ଠାରେ ଆକ୍ବାକଲଚର ରିସର୍ଚ୍ଚ ଫାର୍ମ ର ଉଦଘାଟନ କରାଗଲା ଏବଂ ସେଞ୍ଚୁରିଅନ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ୟୁନିଭରସିଟି ସହିତ ଏକ ପ୍ରମାଣପତ୍ର ସ୍ବାକ୍ଷର କରାଯାଇଛି। ଯାହାକୀ ଜାତୀୟ ସ୍ତରରେ ସାଧାରଣ ଅନୁସନ୍ଧାନ ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାରେ ସାହାଯ୍ୟ କରିବ। ଏହି କାର୍ଯ୍ୟକ୍ରମକୁ ସମ୍ବୋଧନ କରି ନିର୍ଦ୍ଦେଶକ , ଆଇସିଏଆର୍ – ସିଆଇଏଫଏ ଦକ୍ଷିଣ ଓଡ଼ିଶାରେ ମତ୍ସ୍ୟ ଚାଷକୁ ଲୋକପ୍ରିୟ କରିବାରେ ମତ୍ସ୍ୟ ବିଭାଗର ଭୂମିକା ଉପରେ ଗୁରୁତ୍ବାରୋପ କରିଥିଲେ। ସେ କହିଛନ୍ତି ଯେ ଓଡିଶାରେ ବିପୁଳ ପରିମାଣର ମତ୍ସ୍ୟ ଉତ୍ପାଦନ ସମ୍ଭାବନା ରହିଛି ଏବଂ ଭବିଷ୍ୟତରେ ମତ୍ସ୍ୟ ଉତ୍ପାଦନକୁ ଦ୍ବିଗୁଣିତ କରିବାକୁ ପଡିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନରେ ଜନସାଧାରଣ ବିଭିନ୍ନ ସହାୟତା ବ୍ୟବହାର କରିବା ଉଚିତ୍ । ଏହା ସହିତ ସେ ପ୍ରତିଶ୍ରୁତି ଦେଇଛନ୍ତି ଯେ ମାଛ ଉତ୍ପାଦନରେ ଉନ୍ନତି ଆଣିବା ପାଇଁ ସିଫା ସର୍ବଦା ମତ୍ସ୍ୟ ବିଦ୍ୟାଳୟ , ସିୟୁଟିଏମ୍  ସହିତ ବୈଷୟିକ ଜ୍ଞାନକ କୌଶଳ ପ୍ରଦାନ କରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ