ପୂର୍ବତନ ସରପଞ୍ଚଙ୍କ ପରଲୋକ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବେଲଗୁଣ୍ଠା ବ୍ଳକ୍ ନେଟଙ୍ଗା ପଂଚାୟତର ପୂର୍ବତନ ସରପଞ୍ଚ ଦଣ୍ଡପାଣି ଗୌଡ଼ଙ୍କ ବାଲିଭାଗ ସ୍ଥିତ ନିଜ ବାସଭବନରେ ଗତ କାଲି ରାତିରେ ପରଲୋକ ଘଟିଛି I ମୃତ୍ୟୁ ବେଳକୁ ତାଙ୍କୁ 88 ବର୍ଷ ବୟସ ହୋଇଥିଲା I ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ଚାରି ପୁଅ ବୃନ୍ଦାବନ, ପ୍ରଦୀପ, ଚିତ୍ତରଞ୍ଜନ,ତିନି ଝିଅ ଏବଂ ଅନ୍ୟ ପରିବାର ସଦସ୍ୟ ଉପସ୍ଥିତ ଥିଲେ I ସ୍ଵର୍ଗତ ଦଣ୍ଡପାଣି ଏକାଧାରରେ ଜଣେ ଦକ୍ଷ ରାଜନେତା, ସମାଜ ସେବୀ ଏବଂ ପରୋପକାରୀ ବ୍ୟକ୍ତି ଭାବରେ ଅଞ୍ଚଳରେ ବେଶ ଜନଶୁଣା ଥିଲେ I ସେ ନେଟଙ୍ଗା ପଞ୍ଚାୟତର ସରପଞ୍ଚ ସମେତ ପଞ୍ଚାୟତର ବିଜେଡ଼ି ସଭାପତି ଏବଂ ଗୋପାଳ ସମାଜର ମଣ୍ଡଳ ସଭାପତି ଭଳି ବିଭିନ୍ନ ପଦ ପଦବୀରେ ଦାୟିତ୍ୱ ତୁଲାଇ ଥିଲେ I ତାଙ୍କ ମୃତ୍ୟୁରେ ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ ନାୟକ,ବ୍ଳକ୍ ବିଜେଡ଼ି ସଭାପତି ରାମେଶ୍ୱର ପାତ୍ର,47 ନମ୍ବର୍ ଜୋନ୍ ବିଜେଡି ସଭାପତି ପ୍ରଦ୍ୟୁମ୍ନ ପାତ୍ର, ନେଟଙ୍ଗା ସରପଞ୍ଚ ପ୍ରତିନିଧି ଦେବେନ୍ଦ୍ର ଗୌଡ଼, ସରପଞ୍ଚ ଭାଗ୍ୟଲତା ଗୌଡ଼, ସମିତି ସଭ୍ୟ ରାଜୀବ୍ ଲୋଚନ ନାଇକ,କ୍ଷତ୍ରିୟବରପୁର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ଗୌଡ଼, କ୍ଷତ୍ରିୟବର ପୁର ସମିତିସଭ୍ୟ ତଥା ଜିଲ୍ଳା ବିଜେଡ଼ି ସାଧାରଣ ସମ୍ପାଦକ କୁଞ୍ଜବିହାରୀ ନାୟକ, ଗୋବରା ସମିତିସଭ୍ୟ ବିଭୁପାଦ ଜେନା, ବେଲଗୁଣ୍ଠା ବିଜେଡ଼ି କୃଷକ ସେଲ୍ ଅଧ୍ୟକ୍ଷ ଶରତଚନ୍ଦ୍ର ସ୍ୱାଇଁ ପ୍ରମୁଖ ଦଣ୍ଡପାଣିଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି I