ଓଡିଶା ଜୀବିକା ମିଶନ ପକ୍ଷରୁ ଉଦ୍ୟମିତା ବିକାଶ ପକ୍ଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ବାଟାଗୁଡା ଗ୍ରାମ ପଞ୍ଚାୟତରେ ଅବସ୍ଥିତ ଏକକ ସାଧନ କେନ୍ଦ୍ରଠାରେ ଓଡିଶା ଜୀବିକା ମିଶନ ପକ୍ଷରୁ ଉଦ୍ୟମିତା ବିକାଶ ପକ୍ଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡିଶା ଜୀବିକା ମିଶନର ବ୍ଲକ ବୈଷୟିକ ସଂଚାଳକ ଚନ୍ଦନ ସାହୁ ପ୍ରଶିକ୍ଷଣ ଶିବିରର ପରିଚାଳନା କରିଥିଲେ । ଏଥରେ ମୁଖ୍ୟ ଅତିଥି ଭାବେ ବ୍ୟବସାୟ ଉପଦେଷ୍ଟା କୃଷ୍ଣଚନ୍ଦ୍ର ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଓଡିଶା ଜୀବିକା ମିଶନର ବୈଷୟିକ ସଂଚାଳକ ସାଇମନ ବଡସେଠ, କୁମର ମାଝୀ ଏଵଂ ବଶିଷ୍ଠ ବେହେରା ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ବାରଖମା, ବୁଡ୍ରୁକିଆ, ରେବିଙ୍ଗିଆ ଓ ସିନ୍ଦ୍ରିଗାଁ ମହାସଂଘର ଏମବିକେ ମାନେ ଉପସ୍ଥିତ ଥିଲେ । ପ୍ରଶିକ୍ଷଣ ଶିବିରରେ ବ୍ଲକର ୯ ଜଣ ବିଜନେସ ଡେଭେଲପମେଣ୍ଟ ସପୋର୍ଟ ପ୍ରୋଭାଇଡରଙ୍କ ସହ ବିଭିନ୍ନ ପଂଚାୟତରୁ ଆସିଥିବା ଉଦ୍ୟୋଗୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ପ୍ରଥମେ ବୈଷୟିକ ସଂଚାଳକ ଚନ୍ଦନ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ପରେ ମୁଖ୍ୟ ଅତିଥି କୃଷ୍ଣ ଚନ୍ଦ୍ର ପଣ୍ଡା ପ୍ରଶିକ୍ଷଣ ଶିବିରର ବିଭିନ୍ନ ବିଷୟ ଉପରେ ଆଲୋକପାତ କରିଥିଲେ । ସ୍ୱୟଂ ସହାୟକ ଗୋଷ୍ଠୀ ରେ ସାମିଲ ଥିବା ମହିଳା ଉଦ୍ୟୋଗୀ ମାନଙ୍କୁ one stop facility ଜରିଆ ରେ ମିଳୁଥିବା ସୁବିଧା ସୁଯୋଗ ବିଷୟରେ ବର୍ଣ୍ଣନା କରାଯାଇଥିଲା ଏହା ବ୍ୟତୀତ ଦ୍ରବ୍ୟ ଓ ସେବାକର ପଞ୍ଜିକରଣ, ବ୍ୟବସାୟ ଯୋଜନା ପ୍ରସ୍ତୁତ, ବ୍ୟାଙ୍କ ମାନଙ୍କ ସହ ସମ୍ପର୍କ ସ୍ଥାପନା କରି ଉଦ୍ୟାଗୀ ମାନଙ୍କୁ ଋଣ ପ୍ରଦାନ, କୁଶଳୀ ଉଦ୍ୟୋଗୀ ଇ-ମାର୍କେଟିଙ୍ଗ ଜରିଆରେ କିପରି ବ୍ୟବସାୟ ବଢ଼ାଇ ପାରିବେ ଏସବୁ ବିଷୟରେ ପ୍ରଶିକ୍ଷଣ ଦିଆଯାଇ ଥିଲା । ଶେଷରେ ଓଡିଶା ଜୀବିକା ମିଶନ ଦ୍ୱାରା ଚି଼ହ୍ନଟ ୮୫ ଜଣ କୁଶଳୀ ଉଦ୍ୟୋଗୀଙ୍କୁ ବାଣିଜ୍ୟ ବୃଦ୍ଧି କରିବା ନିମନ୍ତେ ଏକକ ସାଧନ କେନ୍ଦ୍ର ତରଫରୁ ବ୍ୟବସାୟିକ ଋଣ ପ୍ରଦାନ ନିମନ୍ତେ ଆଲୋଚନା କରାଯାଇଥିଲା। ବାଟାଗୁଡା ମହାସଂଘ ନଥିପତ୍ର ପରିଚାଳିକା ମିତାରାଣୀ ନାୟକ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମ ଅଞ୍ଚଳର ଉଦ୍ୟୋଗୀ ମାନେ ଅଧିକ ଉନ୍ନତି କରିବା ସହ ସରକାରଙ୍କ ଯୋଜନାର ସଫଳ ପାଇପାରିବେ ବୋଲି  ବୈଷୟିକ ସଂଚାଳକ ଚନ୍ଦନ ସାହୁ ପ୍ରକାଶ କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ