ଡଅଁର ପଞ୍ଚାୟତରେ ଡାକମେଳା ଅନୁଷ୍ଟିତ
ହାଟଡିହି, (ବିକାଶ ବିଶ୍ୱାଳ) :-ଭଦ୍ରକ ପଶ୍ଚିମାଞ୍ଚଳ ଉପଡାକମଣ୍ଡଳ ଅନୁକୂଲ୍ୟରେ ଏହି ଉପମଣ୍ଡଳ ଅନ୍ତର୍ଗତ ହାଟଡିହି ବ୍ଲକ ଡଅଁର ଶାଖାଡାକଘର ଅଧିନସ୍ଥ ଡଅଁର ଗ୍ରାମପଞ୍ଚାୟତ ପରିସରରେ ଡାକମେଳା ଆୟୋଜନ ହୋଇଥିଲା । ଭଦ୍ରକ ଡାକମଣ୍ଡଳର ପରିଚାଳକ ନକୁଳବେହେରା ଙ୍କ ଅଧ୍ୟକ୍ଷତା ରେ ଉକ୍ତ ଡାକମେଳାରେ ମୁଖ୍ୟ ଅତିଥି ଭାବରେ ଡଅଁର ସରପଞ୍ଚ ଆରତୀ ଜେନା , ମୁଖ୍ୟବକ୍ତା, ସତ୍ୟବ୍ରତ ଗାହାଣ, ବିକାଶ ପରିଡା,କଳାକର ଶତପଥି,ଶୋଭନ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଡାକ ବିଭାଗର ବିଭିନ୍ନ ମୂଲ୍ୟବାନ ଯୋଜନା ବିଷୟରେ ଉପସ୍ଥିତ ଡାକକର୍ମଚାରୀ ଓ ଗ୍ରାମବାସୀ ମାନଙ୍କୁ ଉଦ୍ ବୋଧନ ଦେଇଥିଲେ । ଏହି ଅବସର ରେ ଡଅଁର ଗ୍ରାମକୁ ପଞ୍ଚତାରକା ଗ୍ରାମ ଭାବେ ଡାକବିଭାଗ ତରଫରୁ ଘୋଷଣା କରାଯିବା ସହ ଉକ୍ତ ଗ୍ରାମକୁ ସଂମ୍ପୁଣ୍ଣ ସୁକନ୍ୟା ସମୃଦ୍ଧିଗ୍ରାମ, ସଂମ୍ପୁଣ୍ଣବୀମା ଗ୍ରାମର ମାନ୍ୟତା ପ୍ରଦାନ କରାଯାଇଥିଲା।ପୂର୍ବାହ୍ନ ରେ ଗ୍ରାହକ ମାନଙ୍କୁ ଆଧାର ସେବା ପ୍ରଦାନ କରାଯାଇଥିଲା । ଡଅଁର ଶାଖା ଡାକପାଳ ଭଦ୍ରତନୁ ସା, ଗେଡମା ଶାଖା ଡାକପାଳ ଗୋଲଖ ବିହାରୀ ଦାସ,ଶାଳଣିଆଁ ଶାଖା ଡାକପାଳ ଦୈତାରୀ ବେହେରା, ଡିମିରିଆ ଶାଖା ଡାକପାଳ ଲୋପାମୂଦ୍ରା ବେହେରାଙ୍କ ସମେତ ୧୧ ଟି ଶାଖାର ଡାକପାଳ ଯୋଗଦେଇଥିଲେ। ଡଅଁର ସହାୟକ ଡାକପାଳ ପ୍ରଫୁଲ କୁମାର ସେଠି, ସଡଙ୍ଗର ଦେବବ୍ରତ ବେହେରା କାର୍ୟ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ଆଖପାଖ ଗ୍ରାମର ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ।


