ଡକାୟତି ଯୋଜନା ପଣ୍ଡ କଲା ପୋଲିସ : ବିଭିନ୍ନ ମରଣାସ୍ତ୍ର ଜବତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ-କଳାହାଣ୍ଡି ସୀମାନ୍ତ ୫୯ନଂ ଜାତୀୟ ରାଜପଥ ମାତୃଗାଁ ନିକଟସ୍ଥ ଲମ୍ବା ଘାଟି ନିକଟ ପଡିଆ ଠାରେ ଗାଡି ଅଟକାଇ ଡ଼କାୟତି ପାଇଁ ଯୋଜନା କରୁଥିବା ବେଳେ ତୁମୁଡ଼ିବନ୍ଧ ପୁଲିସ ହାତରେ ତିନିଜଣିଆ ଡ଼କାୟତି ଗ୍ୟାଙ୍ଗ ଧରା ପଡ଼ିଛନ୍ତି । ଏକ ବଡ଼ ଧରଣର ଡକାୟତି ଯୋଜନା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ରାତ୍ରୀ କାଳୀନ ପାଟ୍ରୋଲିଂ କରୁଥିବା ସମୟରେ ତୁମୁଡିବନ୍ଧ ପୋଲିସ ଥାନା ଅଧିକାରୀ ତରୁଣ ତପନ ବେହେରା ଘଟଣା ସ୍ଥଳରେ ସଦଳବଳ ସହ ପହଞ୍ଚି ଡକାୟତ ଦଳ ଙ୍କୁ ଧରିବା ରେ ସଫଳ ହୋଇଛନ୍ତି l ଘଟଣାରୁ ପ୍ରକାଶ ଯେ, ମାତୃଗାଁର ଲମ୍ବା ଘାଟି ନିକଟରେ ଥିବା ଏକ ପଡିଆ ରେ ଉକ୍ତ ଡକାୟତ ମାନେ ତୁମୁଡିବନ୍ଧ ଥାନା ଅଞ୍ଚଳରେ ଏକ ବଡ଼ ଧରଣର ଡକାୟତି ଯୋଜନା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ତୁମୁଡିବନ୍ଧ ଥାନା ପୋଲିସ ଅଚାନକ ଚଢ଼ାଉ କରି ଡକାୟତି ଯୋଜନାରେ ବ୍ୟବହୃତ ପାଇଁ ରଖିଥିବା ଗୋଟିଏ ଧଳା ରଙ୍ଗର ମହିନ୍ଦ୍ରା ସବାରୀ ଗାଡି ନଂ.ଓଆର-୧୨ଏ-୭୩୫୩ ସହ ୫ ଗୋଟି ଛୁରୀ, ଗୋଟିଏ ଲୁହା ପାଇପ୍ ଓ ଗୋଟିଏ ସାଇକେଲ୍ ଚେନ୍ କ୍ରାଙ୍କ୍ ଜବତ କରିବା ସହ ତିନି ଜଣ ଡକାୟତ ତୁମୁଡିବନ୍ଧ ଥାନା ତେଲିମୁଣ୍ଡା ଅଞ୍ଚଳର ଉମାକାନ୍ତ ବଟକର (୨୦)ବୁଡାପଡ଼ା ଅଞ୍ଚଳର ପିଙ୍କୁ ନାୟକ (୨୧) ଏବଂ ସାରଙ୍ଗଗଡ଼ ଥାନା ଅଞ୍ଚଳ ପୁରୁଣା ସାହିର ମିଲନ ନାୟକ(୩୦) ଙ୍କୁ ଗିରଫ କରି ସେମାନଙ୍କ ନାମରେ ତୁମୁଡିବନ୍ଧ ଥାନା କେଶ ନଂ.୬୦/୨୨ ପ୍ରକାରେ ୟୁ/ଏସ୍-୩୯୯/୪୦୨/୩୫୩ ଆଇପିସି ପ୍ରକାରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଅବ୍ୟାହତ ରଖିବା ସହ ଏ ଘଟଣା ରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ତାହା ତଦନ୍ତ ପରେ ଜଣା ପଡିବ ବୋଲି ଥାନା ଅଧିକାରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ