ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ” ସୃଜନ” ଉଦଘାଟନ

ଗଂଜାମ, (ବିନୋଦ ପଲାଇ) :-ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆଜି ପିଲାଙ୍କ ମଗାଜିନ ” ସୃଜନ” ଉଦଘାଟନ ହୋଇଯାଇଛି । ଏହି ଉତ୍ସବ ରେ ବିଦ୍ୟାଳୟ ର ସଭାପତି ସୀତାରାମ ପରିଡା ଅଧ୍ୟକ୍ଷତା କରିଥିବା ବେଳେ ବୀରଭଦ୍ର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମହେଶ୍ୱର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପୁଇଁତଳା ସାଧନ କେନ୍ଦ୍ର ସଂଯୋଜକ ମହେଶ୍ବର କୁମାର ବେହେରା ସନ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ । ବିଦ୍ୟାଳୟର ର ପ୍ରଧାନ ଶିକ୍ଷୟତ୍ରୀ ମଞ୍ଜୁଲତା ଶତପଥୀ ଆଜି ର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ହୁମ୍ମା ସାଧନ କେନ୍ଦ୍ର ସଂଯୋଜକ ଦାମୋଦର ପଣ୍ଡା ଆଜିର କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟ ର ଶିକ୍ଷୟତ୍ରୀ ଉର୍ବଶୀ ଜେନା, ସୋନାଲି ବିଶ୍ୱାଳ, ବିଜୟଲଷ୍ମୀ ଦେଇ, ଶିକ୍ଷକ ସୁକାନ୍ତ କୁମାର ଜାଲି ପରିଚାଳନା କରିଥିଲେ । ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ଲିଖିତ, ଚିତ୍ରିତ ପ୍ରାୟ 50 ରୁ ଅଧିକ ଗୀତ, ଗପ, କଥା, ଚିତ୍ର ଇତ୍ୟାଦି ଏହି ସୃଜନୀ କର୍ମଶାଳା ରେ ସ୍ଥାନ ପାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ