ମୌଳାଭଣଜା  ସମବାୟ ସମିତି ନୂତନ ସଭାପତି ନରସିଂହ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ସାନଖେମୁଣ୍ଡି ବ୍ଳକ ମୌଳାଭଣଜା ସେବା ସମବାୟ ସମିତିର ସଭାପତି ପଦବୀ  ନରସିଂହ ପାତ୍ର ଓ ଗୋପୀନାଥ ଗୈାଡଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦୀ ଦେଖିବାକୁ ମିଳିଥିଲା । ଶେଷରେ ନରସିଂହ ୩ ଗୋଟିଏ ଭୋଟରେ ବାଜିମାତ ମାରିଥିବା ଜଣାପଡିଛି । ପୂର୍ବରୁ ଏହି ସମବାୟ କେନ୍ଦ୍ର ପାଇଁ ୧୩ ଜଣ ନିର୍ଦ୍ଦେଶକ ନିର୍ବାଚିତ ହୋଇଥିଲେ । ସଭାପତି ଦାୟିତ୍ୱ ଭାର କାହା ଉପରେ ରହିବ ତାହାକୁ ନେଇ ଚାଷୀମାନଙ୍କ ଭିତରେ ନଜର ରହିଥିଲା । ତେବେ  ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସଭାପତି ପଦବୀ ପାଇଁ ଉଭୟ ନରସିଂହ ଓ ଗୋପୀନାଥ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଶେଷରେ ନରସିଂହ ୮ ଟି ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦୀ ଗୋପୀନାଥ ୫ ଗୋଟି ଭୋଟ ପାଇଥିଲେ । ଯାହାଫଳରେ ନରସିଂହଙ୍କୁ ନୂତନ ସଭାପତି ଭାବେ ନିର୍ବାଚନ ଅଧିକାରୀ ପଦ୍ମଚରଣ ମଲିକ ବିଜୟୀ ଘୋଷଣା କରିଥିଲେ । ଏହି ଅବସରରେ ସମବାୟ ସମିତି ସଂପାଦକ ବିପିନ ଷଡଙ୍ଗୀ ସମିତି ସଭ୍ୟା ପ୍ରତିନିଧି ଶରତ କୁମାର ସ୍ବାଇଁ, ସରପଞ୍ଚ ପ୍ରତିନିଧି ପିଣ୍ଟୁ ସେଠୀ ଙ୍କ ସମେତ ଡାଇରେକ୍ଟର ଓ ଚାଷୀମାନେ ଉପସ୍ଥିତ ରହି ନବ ନିର୍ବାଚିତ ସଭାପତି ଶ୍ରୀ ପାତ୍ରଙ୍କୁ ଶୁଭେଚ୍ଛା ଜ୍ଞାପନ ଓ ସମ୍ବର୍ଦ୍ଧିତ ଜଣାଇଥିଲେ । ସମବାୟ ମାଧ୍ୟମରେ କୃଷିର ଉନ୍ନତି ଓ କୃଷକର ସାମାଜିକ ଏବଂ ଅର୍ଥନୈତିକ ବିକାଶ ଲାଗି ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା କଲ୍ୟାଣକାରୀ ଯୋଜନାର ସୁଫଳ ଚାଷୀ ସମାଜ ନିକଟରେ ପହଞ୍ଚିବା ଦିଗରେ ଦୃଷ୍ଟି ଦେବାକୁ ନିଜ ପ୍ରତିକ୍ରିୟାରେ ସଭାପତି କହିବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ