କେନ୍ଦ୍ରାପଡା ଉପଖଣ୍ଡ ପୋଲିସ କାର୍ଯ୍ୟାଳୟର ନୂତନ ଗୃହ ଉଦ୍ଘାଟିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଉପଖଣ୍ଡ ପୋଲିସ ଅଧିକାରୀଙ୍କ କାର୍ଯ୍ୟାଳୟର ନୂତନ ଗୃହ ଉଦ୍ଘାଟିତ ହୋଇଯାଇଛି । ଆରକ୍ଷୀ ଅଧିକ୍ଷକ ସନ୍ଦିପ ସମ୍ପଦ ମଡ଼କ ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପଖଣ୍ଡ ପୋଲିସ ଅଧିକାରୀଙ୍କ କାର୍ଯ୍ୟାଳୟର ନୂତନ ଗୃହକୁ ଫିତା କାଟି ଉଦ୍ଘାଟନ କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସନ୍ନିକଟରେ ଥିବା ପୁରୁଣା ଉପଖଣ୍ଡ ପୋଲିସ କାର୍ଯ୍ୟାଳୟ ନିକଟରେ ଅବସ୍ଥିତ ଏହି ନୂତନ ଗୃହ ଓଡିଶା ରାଜ୍ୟ ପୋଲିସ ଗୃହ ନିର୍ମାଣ ନିଗମ ଦ୍ୱାରା ନିର୍ମାଣ କରାଯାଇଛି । ଏହି ଉଦ୍ଘାଟନୀ ଉତ୍ସବରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଇନ୍ଦ୍ରମଣି ବେହେରା, ହରେଶ ପାଣ୍ଡେ, କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡା, ପଟ୍ଟାମୁଣ୍ଡାଇ ଏସଡିପିଓ ସନ୍ଧ୍ୟା ରାଣୀ ବେହୁରା, ଡିଏସପି କାର୍ତ୍ତିକ ମଲ୍ଲିକ, ଟାଉନ ଥାନା ଅଧିକାରୀ ଗୈାରାଙ୍ଗ ଚରଣ ପୃଷ୍ଟି, ନିକିରାଇ ଥାନା ଅଧିକାରୀ କାଦମ୍ବିନୀ ପରିଡା ପ୍ରମୁଖ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।