ଉପସଭାପତି ପଦ ପାଇଁ ନିର୍ବାଚନ ନିମନ୍ତେ ସନ୍ଧ୍ୟାରାଣୀ ଚୌଧୁରୀଙ୍କ ପ୍ରାର୍ଥୀ ପତ୍ରଦାଖଲ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ହାଉସିଂ ବୋର୍ଡ କୋପେରେଟିଭ ସୋଷାଇଟର ଉପସଭାପତି ପଦବି ପାଇଁ ଆଜି ଅନୁଷ୍ଠିତ ନିର୍ବାଚନ ନିମନ୍ତେ ପୂର୍ବତନ କାଉନସିଲର ସନ୍ଧ୍ୟା ରାଣୀ ଚୌଧୁରୀ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣା ପଡ଼ିଛି l ତାଙ୍କ ବିରୋଧରେ ଆଉ କେହି ପାର୍ଥିପତ୍ର ଦାଖଲ କରିନଥିବା ଯୋଗୁଁ ସେ ନିର୍ଦ୍ଵନ୍ଦରେ ଉପ-ସଭାପତି ଭାବେ ନିର୍ବାଚିତ ହେବା ନେଇ ସଂକେତ ମିଳିଛି l ଶ୍ରୀମତୀ ଚୌଧୁରୀ ହେଉଛନ୍ତି ବରିଷ୍ଠ ସାମ୍ବାଦିକ ତଥା ଏହାପୂର୍ବରୁ ଗଜପତି ଜିଲ୍ଲା ହାଉସିଁ ବୋର୍ଡ କପେରେଟି ଭ ସୋସାଇଟିର ଲଗାତାର ୧୦ବର୍ଷ ଧରି ସଭାପତି ଥିବା ଗରୁଡ଼ ଧ୍ଵଜ ଚୌଧୁରୀ ଙ୍କ ପତ୍ନୀ ଅଟନ୍ତି l ଆଜି ନାମାଙ୍କନ ପତ୍ର ଦାଖଲ ବେଳେ ନିର୍ବାଚନ ଅଧିକାରୀ ଶ୍ରୀ ନୃସିଂହ ଚରଣ ବେହେରା ସମ୍ପାଦକ ରମେଶ ମହାରଣାଗଜପତି ଜିଲ୍ଲା ହାଉସିଂ ବୋର୍ଡ ସଭାପତି ଅଶୋକ ଶବର ପ୍ରମୁଖ ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ