ନକଲି ଅଫିସର ତଥା ଠକଙ୍କ ନଜରରେ ଗଜପତି ଜିଲ୍ଲା

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ ନକଲି ଅଫିସର ତଥା ଠକମାନଙ୍କ ନିଜରରେ ଗଜପତି ଜିଲ୍ଲା ରହିଥିବାର ଆଲୋଚନା ହେଉଛି ଦିନକୁ ଦିନ ଠକଙ୍କ ଦୈରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଇଥିବା ବେଳେ ଖୋଲାଖୋଲି ଭାବେ ଗଜପତି ପୋଲିସକୁ ଚ୍ୟାଲେଞ୍ଜ ସୃଷ୍ଟି କରିବାରେ ଲାଗିଛନ୍ତି । ଗତ ୨ ଦିନ ପୂର୍ବେ ନିଜକୁ ଭିଜିଲାନ୍ସ ବୋଲି ପରିଚୟ ଦେଇ ଉପଲଡା ଆର୍‌ଆଇ ପୁରୁସ୍ତମ ବିଶ୍ୱାଳଙ୍କ ଠାରୁ ନଗଦ ୮୫ହଜାର ଟଙ୍କା ନେଇଯାଇଥିଲେ । ସେହିଭଳି ଗତ ୧୬ ତାରିଖରେ ଗାରବନ୍ଧ ଗ୍ରାମରେ ଥିବା ସାଇକୃପା ପେଟ୍ରୋଲ ପମ୍ପ (ନାୟାରା) କର୍ମଚାରୀଙ୍କ ଠାରୁ ୨୬ହଜାର ୫୦୦ଟଙ୍କା ଠକି ନେଥିବାର ଆଜି ଜଣାପଡିଛି । ପେଟ୍ରୋଲ ପମ୍ପର ମାଲିକ ଏବାବଦରେ ସୋମବାର ଦିନ ଗାରବନ୍ଧ ଥାନରେ ଲିଖିତ ଅଭିଯୋଗ କରିବାପରେ ଏନେଇ ଗାରବନ୍ଧ ଥାନାରେ ମାମଲା ରୁଜୁ ହେବା ସହ ଆଜି ଘଟଣାଟି ପ୍ରଘଟ ହୋଇଥିବା ର ଜଣାପଡିଛି । ପେଟ୍ରୋଲ ପମ୍ପର ମାଲିକ ସିଦ୍ଧାର୍ଥ ଏସ୍‌. ଦାସଙ୍କ ଲିଖିତ ଅଭିଯୋଗ ଅନୁଯାୟୀ ୧୬ତାରିଖ ସନ୍ଧ୍ୟା ୬.୩୦ ସମୟରେ ଜଣେ ବ୍ୟକ୍ତି ପେଟ୍ରୋଲ ପମ୍ପ ଠାରେ ପହଞ୍ଚି କାରରେ ପେଟ୍ରୋଲ ପକାଇବା ପାଇଁ କଥାବାର୍ତ୍ତା କରିଥିଲେ । ଉତ୍ତମ ବ୍ୟବହାର ସାଙ୍ଗକୁ ଥିବା ବିରତିରେ ଥିବା କର୍ମଚାରୀ ଏନ୍‌. ପଟ୍ଟନାୟକଙ୍କ ସହ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିଥିଲେ । ଶ୍ରୀ ପଟ୍ଟନାୟକ ମୋର ଡ୍ୟୁଟି ସରିଯାଇଛି ଏବଂ ଆକାଉଣ୍ଟ କ୍ଲୋଜ ହୋଇଯାଇଛି ବୋଲି ଜଣାଇଥିଲେ । ଇତି ମଧ୍ୟରେ ବିଭିନ୍ନ ମନଲୋଭା କଥାବାର୍ତ୍ତା ହୋଇ କେତେ ଟଙ୍କାର ବେଉସା ହୋଇଛି ଆଦି ପଚାରି ବୁଝିବା ସହ ୫୩ଗୋଟି ୫୦୦ଟଙ୍କିଆ ନୋଟ ଯାହାକି ମୋଟ ୨୬୫୦୦ଟଙ୍କାକୁ ଧରି ଗଣନା କରିବା ସହ ବାର୍ତ୍ତାଳପରେ ନିୟୋଜିତ ହୋଇ ୨ମିନିଟ ମଧ୍ୟରେ ଚମ୍ପଟ ମାରିଥିଲେ ବୋଲି ଅଭିଯୋଗ ହୋଇଛି । ଉଲ୍ଲେଖିତ ପେଟ୍ରୋଲ ପମ୍ପର ସିସିଟିଭି ସଠିକ କାମ କରୁନଥିବାର ଶ୍ରୀ ଦାସ ନିଜ ଏଫଆଇଆରରେ ଦର୍ଶାଇଛନ୍ତି । ଘଟଣାକୁ ନେଇ ଗାରବନ୍ଧ ଥାନାରେ ୬୧/୨୨ରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ଏବଂ ଠକ ଜଣକୁ କାବୁ କରିବା ପାଇଁ ସମସ୍ତ ପ୍ରୟାସ ଜାରି ରହିଥିବାର ଗାରବନ୍ଧ ଥାନା ଅଧିକାରୀ ସର୍ବେଶ୍ୱର ସାମନ୍ତରାୟ ସୂଚନା ପ୍ରଦାନ କରିଛନ୍ତି । ଅନ୍ୟପକ୍ଷରେ ଜିଲ୍ଲାରେ ବହୁ ଠକ ଚୋରଙ୍କ ରାଜୁତି ଦିନକୁ ଦିନ ବଢିଚାଲିଛି । ପାରଳାଖେମୁଣ୍ଡି ସହରରେ ଗତ ୧୭ତାରିଖ ଦିନ ଚାକିରି ଦେବା ନାମରେ ଠକ ମାମଲା ସାମନାକୁ ଆସିଥିବା ବେଳେ ଘଟଣାରେ ସମ୍ପୃକ୍ତ ୩ ମଧ୍ୟରୁ ମାଷ୍ଟରମାଇଣ୍ଡଙ୍କ ସମେତ ୨ଜଣକୁ ଗିରଫ କରିଥିବା ବେଳେ ଏବେ ବି ଜଣେ ଅଭିଯୁକ୍ତ ଫେରାର ଅଛି । ସେହିଭଳି ଉପଲଡା ଆର୍‌.ଆଇ. ଶ୍ରୀ ବିଶ୍ୱାଳଙ୍କୁ ଦିନ ଦିପହର ରେ ନିଜକୁ ଭିଜିଲାନ୍ସ ବୋଲି କହି ୮୫ହଜାର ଟଙ୍କା ଲୁଟିଥିବା ବେଳେ ଗାରବନ୍ଧ ପେଟ୍ରୋଲ ପମ୍ପରୁ ଏଭଳି ଟଙ୍କା ନେଇଯିବା ଆଦିକୁ ନେଇ ପୋଲିସ ପ୍ରତି ଖୋଲା ଖୋଲି ଚାଲେଞ୍ଜ ସୃଷ୍ଟି କରୁଛି ବୋଲି ଆଲୋଚନା ହେଉଛି । ଅନ୍ୟପକ୍ଷରେ ଜଣେ ସରକାରୀ କର୍ମଚାରୀ, ଲାଇସେନ୍ସ ପ୍ରାପ୍ତ ପେଟ୍ରୋଲ ପମ୍ପ ଆଦି ଭଳି ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ କାହିଁକି ଟଙ୍କା ପ୍ରଦାନ କରୁଛନ୍ତି ତାହା ମଧ୍ୟ ଖୁବ ଅ।।ଲୋଚନା ହେଉଛି । ଜିଲ୍ଲାର ମୋଟ ୭ଗୋଟି ବ୍ଲକରୁ କାଶୀନଗର ଓ ଗୋଷାଣୀ ବ୍ଲକରେ ଏଭଳି ଠକାମୀ କାର୍ଯ୍ୟ ସାମନାକୁ ଆସୁଥିବା ବେଳେ ଅନ୍ୟ ୫ଗୋଟି ବ୍ଲକରେ ରହୁଥିବା ସରଳ ଆଦିବାସୀ ମାନେ କେତେଯେ ଠକାମୀର ଶିକାର ହେଉଥିବେ ତାହା ସହଜେ ଅନୁମେୟ । ଏପରି ଠକମାନେ ସରଳ ତଥା ନିରୀହ ଆଦିବାସୀ ବହୁଳ ଜିଲ୍ଲାକୁ ଲକ୍ଷ୍ୟକରି ଆସୁଥିବାର ମଧ୍ୟ ଚର୍ଚ୍ଚା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ