ରାସ୍ତା କୁ ଢ଼ଳିରହିଛି ୧୧ କେଭି ବିଦ୍ୟୁତ୍ ଖୁଣ୍ଟ ଓ ତାର। : ଅଘଟଣ ଆଶଙ୍କା
ନିମାପଡ଼ା, (ସନ୍ତୋଷ ଦାଶ) :-ନିମାପଡା ବ୍ଲକ ଚାରିଛକ ନିକଟସ୍ଥ ପାଳିଶ୍ରୀ ଗ୍ରାମ ମୁଣ୍ଡ ରେ ରହିଛି ଏକ ୨୫କେଭି ବିଦ୍ୟୁତ ଟ୍ରାନ୍ସଫରମର । ଏହି ଟ୍ରାନ୍ସଫରମର ଉପରେ ପାଳିଶ୍ରୀ ଗ୍ରାମର ୫୦ ରୁ ଉର୍ଦ୍ଧ ପରିବାର ବିଦ୍ୟୁତ ପାଇଁ ନିର୍ଭର କରିଥାନ୍ତି । ଟ୍ରାନ୍ସ ଫରମର ଟି ରାସ୍ତା କଡ଼ରେ ରହିଥିବାବେଳେ ବିଦ୍ୟୁତ ଖୁଣ୍ଟ ଓ ୧୧କେଭି ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ରାସ୍ତା ପାଶ୍ଵ କୁ ବିପଦ ଜନକ ଭାବେ ଢଳିରହିଛି । ଏହି ରାସ୍ତା ଦେଇ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ କୁ ଯାଉଥିବା ବେଳେ ଗ୍ରାମବାସୀ ମାନେ ମଧ୍ୟ ନିୟମିତ ଯାତାୟାତ କରିଥାନ୍ତି । ରାସ୍ତା କୁ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ଢଳି ରହିଥିବାରୁ ଯେ କୌଣସି ସମୟରେ ଏଠାରେ ଅଘଟଣ ଘଟିବା ଆଶଙ୍କା ସୃଷ୍ଟି ହେଉଛି । ଗ୍ରାମବାସୀ ମାନେ ବାରମ୍ବାର ଏ ବିଷୟରେ ବିଦ୍ୟୁତ ବିଭାଗ କର୍ମଚାରୀ ଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଉନଥିବାରୁ ଗ୍ରାମ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ବିଭାଗୀୟ ଅଧିକାରୀ ଏ ଦିଗରେ ଦୃଷ୍ଟି ଦେଇ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ଓ ଖୁଣ୍ଟ କୁ ମରାମତି କରିବାକୁ ଦାବି ହେଉଛି ।


