ଏଲିଆସ କାର୍ଜିଙ୍କ ଅକାଳ ବିୟୋଗରେ ଶୋକର ଛାୟା : ଶେଷ ଦର୍ଶନ ପାଇଁ ଉପସ୍ଥିତ ହେଲେ ବିଜେଡ଼ିର ଜିଲ୍ଲା ସଭାପତି

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ରେଗିଡି ପଞ୍ଚାୟତ ରେଗିଡି ଗ୍ରାମର ଏଲିଆସ କାର୍ଜି(ଲାଉ)ଙ୍କ ଅକାଳ ବିୟୋଗ ପରେ ଶୋକର ଛାୟା ଖେଳିଯାଇଛି । ଏଲିଆସ କାର୍ଜି ୪୨ ବୟସରେ ବ୍ରହ୍ମପୁର ମେଡିକାଲରେ ଶେଷ ଦେହାନ୍ତ ହୋଇଯାଇଛି । ଏଲିଆସଙ୍କୁ ହାଇ ଭିପି ହୋଇଥିବା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଛି ବୋଲି ଡାକ୍ତର । ଏଲିଆସଙ୍କୁ ଗୁରୁବାର ରାତିରେ ମୁଣ୍ଡ ବୁଲେଇବାରୁ ରାତ୍ର ସମୟରେ ଗୁମ୍ମା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ନିଆଗଲା। ସେଠାରେ ବି ଡାକ୍ତର ତାଙ୍କୁ ଯଥାଶୀଘ୍ର ବ୍ରହ୍ମପୁର ନେବାକୁ କହିଥିଲେ । ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା । ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ଶନିବାର ସକାଳ ସମୟରେ ରୀତିନୀତିରେ କବର ଦିଆଗଲା । ଏନେଇ ବିଜେଡ଼ି ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ,ଜିଲ୍ଲା ଯୁବ ସଭାପତି ଏସ ଲିଙ୍ଗରାଜ ଏଲିଆସ କବର ସମୟରେ ଉପସ୍ଥିତ ରହି ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି । ସେ ଜଣେ ଅଞ୍ଚଳର ଜଣାଶୁଣା ବିଜେଡ଼ି କର୍ମୀ ଥିଲେ ଏବଂ ସମାଜ ସେବାରେ ନିଜକୁ ନିୟୋଜିତ କରିଥାନ୍ତି । ସେ ଜଣେ ଅନେକ ସମୟରେ ଲୋକଙ୍କୁ ସାହାଯ୍ୟ ମନୋଭାବ ଯୋଗୁଁ ଜଣାଶୁଣା । ତାଙ୍କ ହଟାତ ବିୟୋଗ ଯୋଗୁଁ ଶୋକର ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ