କେଏମପି ସ୍ପୋର୍ଟସ ଏକାଡେମୀର  ୨୫ ତମ କଲର ବେଲ୍ଟ ପ୍ରତିଯୋଗିତା

ଛତ୍ରପୁର, (ଦେବଦତ୍ତ ମହାରଣା) :ଛତ୍ରପୁର  ସ୍ଥିତ କେଏମପି ସ୍ପୋର୍ଟସ ଏକାଡେମୀ ପକ୍ଷରୁ ୨୫ ତମ କଲର ବେଲ୍ଟ ପ୍ରତିଯୋଗିତା ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରରେ ଥିବା ଏକାଡେମୀର ତାଲିମ କେନ୍ଦ୍ରରେ ଆୟୋଜିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଟାଏକୋଣ୍ଡୋ ପ୍ରଶିକ୍ଷଣ କେନ୍ଦ୍ରରୁ 82 ଜଣ ପରୀକ୍ଷାର୍ଥୀ ଭାଗ ନେଇଥିଲେ । ଓଡିଶା ଟାଏକୋଣ୍ଡୋ ସଂଘ ର ସହ -ସମ୍ପାଦକ 5ଷ୍ଠ ଡାନ ବ୍ଲାକ ବେଲ୍ଟ ଧାରୀ ଆନ୍ତର୍ଜାତିକ କୋଚ କେ.ମନୋଜ ପ୍ରଧାନ ପ୍ରତିଯୋଗିତାରେ ପରୀକ୍ଷକ ଭାବେ ଯୋଗଦେଇ ସମସ୍ତ ପ୍ରତିଯୋଗୀଙ୍କ ପରୀକ୍ଷା କରିଥିଲେ । ହୋପ ଟାଇକୋଣ୍ଡୋ ଏକାଡେ଼ମୀ ରୁ 33 ଜଣ ଗଞ୍ଜାମ ଟାଇକୋଣ୍ଡୋ ଏକାଡେମୀର 4ଜଣ, ଦିଗପହଁଣ୍ଡି ଟାଇକୋଣ୍ଡୋ ଏକାଡେମୀ ରୁ 4ଜଣ, ପୁରୁଷୋତ୍ତମପୁର ଟାଇକୋଣ୍ଡୋ ଏକାଡେ଼ମୀ ରୁ 5 ଜଣ ସେଇପରି ଛତ୍ରପୁର ରେ ଥିବା କେଏମପି ସ୍ପୋର୍ଟସ ଏକାଡେମୀ 36 ଜଣ ପରୀକ୍ଷାର୍ଥୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘ ସଭାପତି ଶ୍ରୀକାନ୍ତ ମହାନ୍ତି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ସଂମାନୀୟ ଅତିଥି ଏନ ଅ ଇ ଏସ କୋଚ ଇ ଲଳିତ କୁମାର,ସି ଏଚ ପ୍ରସାଦ ନାୟକ, ବସୁ ନାୟକ ଉପସ୍ଥିତ ଥିବା ବେଳେ ପି ଅଭିମନ୍ୟୁ ରେଡ୍ଡୀ, ପିୟୁସ ପ୍ରସାଦ ଷଡଙ୍ଗୀ, ଶୁଭଶ୍ରୀ ପାରିଡା, ତେଜସ୍ୱନୀ ପାଡ଼ି, ରାଜା ଦାସ, ରୁନସି ବେହେରା ,ଡ଼.ପ୍ରେମ ପ୍ରାସାଦ ରେଡ୍ଡୀ ଅୟୁସମାନ ସ୍ୱାଇଁ, ଏ.ଚିନା ଅମ୍ବିତ ରାଉଳ ପ୍ରମୁଖ କାର୍ଯ୍ୟକ୍ରମ ଉପସ୍ଥିତ ରହି ପରିଚାଳନା କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ