ଜୁଆ ଆଡ୍ଡାରେ ଚଡାଉ, ୮ଗିରଫ, ୬୨ହଜାର ଟଙ୍କା ସହ ବାଇକ୍ ଓ ମୋବାଇଲ ଜବତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ରାୟଗଡ଼ ପୋଲିସକୁ ମିଳିଛି ବଡ଼ ସଫଳତା। ରାୟଗଡ ଥାନା ପୋଲିସ ପକ୍ଷରୁ ରବିବାର ରାତ୍ର ଏକ ଜୁଆ ଆଡ୍ଡା ଉପରେ ଚଡାଉ କରିଥିବା ଜଣାପଡିଛି l ଏଥିରେ ନଗଦ ୬୨ ହଜାର ଟଙ୍କା, ୮ ଟି ମୋବାଇଲ, ଚାରୋଟି ବାଇକ୍ ସହ ୮ ଜଣ ଙ୍କୁ ଗିରଫ୍ କରିଛି ରାୟଗଡ଼ ପୁଲିସ୍, ପ୍ରକାଶ ଯେ,ଗଜପତି ଏସପି ଜୟରାମ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ ପୋଲିସ ବିଳମ୍ବିତ ରାତ୍ର ସମୟରେ ନାରାୟଣପୁର ପଂଚାୟତର ବାଘରଲା ଗ୍ରାମ ଛକ ନିକଟରେ ଜୁଆଆଡ୍ଡା ଚାଲିଥିବା ବିଶେଷ ସୂତ୍ରରୁ ଖବର ପାଇଁ ଏହାରି ଉପରେ ଚଢ଼ାଉ କରି ୮ ଜଣଙ୍କୁ ଗିରଫ କରିବା ସହ ୬୨ ହଜାର ଟଙ୍କା ଚାରୋଟି ବାଇକ୍ ୮ ଟି ମୋବାଇଲ ଜବତ କରିଛି l ଥାନା କେସ ନଂ ୬୧/୨୨ଅନୁଯାଇ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଗୋବିନ୍ଦ ଗୌଡ଼ ପ୍ରକାଶ କରିଛନ୍ତି l