ତାଇକୋଣ୍ଡୁର ନୂତନ ନିୟମ ନେଇ ସେଚତନାତା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଜିଲ୍ଲା ତାଇକୋଣ୍ଡୁ ଏକାଡେମୀ ପକ୍ଷରୁ ନୂତନ ନିୟମ ବିଷୟକୁ ନେଇ ସେଚତନାତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ଯକ୍ରମରେ ଜିଲ୍ଲା ତାଇକୋଣ୍ଡୁ ଏକାଡେମୀର ସମ୍ପାଦକ ତଥା ପ୍ରଶିକ୍ଷକ ମାଷ୍ଟର କାର୍ତ୍ତିକ ଚନ୍ଦ୍ର ମହାପାତ୍ର, ସହ ସମ୍ପାଦକ ଗଣେଶ ଚନ୍ଦ୍ର ମହାପାତ୍ର ଓ ତାଇକୋଣ୍ଡୁ ଏକାଡେମୀ ବ୍ରହ୍ମପୁରର ସମ୍ପାଦକ ସତ୍ୟ ନାରାୟଣ ତ୍ରିପାଠୀ ଯୋଗଦେଇ ଖେଳାଳୀମାନଙ୍କୁ ତାଇକୋଣ୍ଡୁ ଖେଳର ନୂତନ ନିୟମ ବିଷୟରେ ଜଣାଇଥିଲେ । ଯହା ଦ୍ବାରା ଖେଳାଳୀମାନେ ଆଗାମୀ ରାଜ୍ୟ ସ୍ତରୀୟ, ଜାତୀୟ ସ୍ତରୀୟ, ଆନ୍ତର୍ଜାତୀୟ ପ୍ରତିଯୋଗୀତା ରେ ଉତ୍ତମ ମାନ ର ଖେଳ ର ପ୍ରଦର୍ଶନ କରି ଆମ ପାଇଁ ଖ୍ଯାତି ଅର୍ଜନ କରିପାରିବେ । ଏହି କାର୍ଯ୍ଯକ୍ରମ ରେ ବିଭିନ୍ନ ଜିଲ୍ଲାରୁ ସମୁଦାୟ ୬୬ ଖେଳାଳୀ ଯୋଗ ଦେଇଥିଲେ । ଏହି କାର୍ଯ୍ଯକ୍ରମ କୁ ସଫଳତାର ସହିତ ସମ୍ପନ୍ନ କରିବା ପାଇଁ ଅନୁଷ୍ଠାନ ର ବରିଷ୍ଠ ଛାତ୍ର ତଥା ସହ ପ୍ରଶିକ୍ଷକ ରାଜୁ ପାଡାଲ୍ ଓ ନାଗେଶ୍ବର ମହାପାତ୍ର ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ