ଆଖଣ୍ଡଳମଣି ପୀଠରେ କାଉଡିଆ ଭିଡ

ଧାମନଗର, (ସନ୍ତୋଷ କୁମାର ପ୍ରଧାନ): ଶ୍ରାବଣ ଦ୍ୱତୀୟ ସୋମବାରରେ ବହୁ ସଂଖ୍ୟକ ମହିଳା କାଉଡିଆଙ୍କ ସମାଗମ ପୀଠରେ ହୋଇଥିଲା ଏହାକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଜଗି ରହିଥିଲେ  ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଏଥିସହ ପୀଠରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଅଧିକ ସଂଖ୍ୟକ କାଉଡିଆଙ୍କ ଭିଡକୁ ହେବା ଫଳରେ ପୋଲିସ ନାକେଦମକୁ ହେବାକୁ ପଡିଥିଲା, ଭଦ୍ରକ ଜିଲ୍ଲାର ବିଖ୍ୟାତ ଶିବପୀଠରେ ପବିତ୍ର  ଶ୍ରାବଣମାସର ୨ୟ  ସୋମବାରରେ ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କରିବା ପାଇଁ ପୀଠରେ ପ୍ରାୟ ୫୦ ହଜାରରୁ ଉର୍ଦ୍ଧ କାଉଡିଆଙ୍କ ସମାଗମ ହୋଇଥିଲା। କାଉଡିଆଙ୍କ  ଭିଡକୁ ଦୃଷ୍ଟିରେ ରଖି ଜିଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି, ପୀଠରେ ବିଶେଷକରି ବୈତରଣୀ ଓ ସାଳନ୍ଦୀ ନଦୀରେ ଡଙ୍ଗା ଦ୍ବାରା  ପାରି ହୋଇ ଆସୁଥିବା ତିନିଟି ନଦୀଘାଟକୁ ଜଗି ରହିଛନ୍ତି ଓଡ୍ରାଫ ଓ ଅଗ୍ନିଶମ  ବାହିନୀ । ପୀଠରେ ତ୍ରିସ୍ତରୀୟ ସୁରକ୍ଷା ପାଇଁ ଜଣେ ମ୍ୟାଜିଷ୍ଟ୍ରେଟ, ଜଣେ ଏଏସପି, ୬ଜଣ ଡିଏସପି, ୧୫ଜଣ ଇନ୍ସିପେକ୍ଟର, ୫୪ଜଣ ଅଫିସର ଙ୍କ ସହ ୮ପ୍ଲାଟୁନ ଫୋର୍ସ ଆଦି ନିୟୋଜିତ ହୋଇଛନ୍ତି । ସେହିପରି କାଉଡିଆ ଯେପରି ସୁବିଧାରେ ଜଳଲାଗି କରିପାରିବେ ସେଥିପାଇଁ ସ୍ବତନ୍ତ୍ର ବ୍ୟାରିକେଡ ସହ ମନ୍ଦିର ଭିତରେ ଓ ବାହାରେ ଉଜ୍ବଳ ଆଲୋକ ବ୍ୟବସ୍ଥା କରାଯାଇଛି । ଚଳିତ ସୋମବାରରେ ବହୁ ମହିଳା କାଉଡିଆଭକ୍ତଙ୍କୁ ଦେଖିବାକୁ ମିଳିଛି ପୀଠରେ। ଗତ ରବିବାର ମଧ୍ୟ ରାତ୍ରରୁ କାଉଡିଆଭକ୍ତଙ୍କ  ଧାଡି ରେ ଯାଇ ମଣିବାବାଙ୍କୁ ଜଳଲାଗି କରୁଥିବା ବେଳେ ଅଧିକ ସଂଖ୍ୟକ କାଉଡିଆଭକ୍ତଙ୍କ  ଭିଡକୁ ନିୟନ୍ତ୍ରଣ କରବା ପାଇଁ ପୋଲିସକୁ ନାକେଦମ ହେବାକୁ ପଡିଛି । ଅନ୍ୟ ପଟେ ମଣିବାବାଙ୍କର ଭୋର ୪ଟାରେ ଦ୍ବାରଫିଟା ଯିବା ପରେ ମଙ୍ଗଳ ଆଳତୀ, ମହାସ୍ନାନ,  ଘର୍ଷଣ ଲାଗି ସରିବା ପରେ ଅନ୍ୟାନ୍ୟ ନୀତି ଚାଲୁଅଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ