ବିଦ୍ୟୁତ ଆଘାତରେ ବୃଦ୍ଧା ମୃତ
(ଯୁଗାବ୍ଦ ନ୍ୟୁଜ) ଗାଧେଇବା ପାଇଁ ଯାଇ ସୁଇଚି ବୋର୍ଡ ଚିପୁଥିବା ବେଳେ ବୋର୍ଡଟି ଖରାପ ଥିବାରୁ ବିଦ୍ୟୁତ ତାର ସ୍ପର୍ଶ ରେ ଆସି ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ସୂଚନା ଥାଉ କି ଗାଙ୍ଗପୁର ଥାନା ଅନ୍ତର୍ଗତ ଝାଡବନ୍ଦ ପଞ୍ଚାୟତର କଳାସୂତା ଗ୍ରାମର ଇନ୍ଦ୍ରମଣି ରାଉତ ଗତକାଲି ଗାଧୁଆ ଘର କୁ ଯାଇ ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥା ରେ ତାଙ୍କୁ ଆସ୍କା ମେଡିକାଲ ନେଲା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ଗାଙ୍ଗପୁର ପୋଲିସ ଆସିକା ମେଡିକାଲ ରେ ବୃଦ୍ଧା ଙ୍କ ମରଶରୀର କୁ ଜବତ କରି ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ କରାଇବା ପରେ ପରିବାରକୁ ହସ୍ତାନ୍ତର କରିଥିବା ଥାନା ଅଧିକାରୀ ଧିରେସ କୁମାର ଦାସ ପ୍ରକାଶ କରିଛନ୍ତି ।


