ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଦାବି ଜଣେଇଲା ଚୁକ୍ତିଭିତିକ ମହାସଙ୍ଘ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) :ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ପ୍ରସଙ୍ଗରେ ଆଜି ଓଡିଶା ଚୁକ୍ତିଭିତ୍ତିକ କର୍ମଚାରୀ ମହାସଙ୍ଘର ସଭାପତି ବିଜୟ ମଲ୍ଲଙ୍କ ନେତୃତ୍ୱରେ ତିନିଜଣିଆ କମିଟି ମାନ୍ୟବର ମୁଖ୍ୟଶାସନ ସଚିବ ମହୋଦୟଙ୍କୁ ଭେଟି ଚୁକ୍ତିଭିତ୍ତିକ ମହାସଙ୍ଘକୁ ଦେଇଥିବା ପ୍ରତିଶୁତି ପୁରଣ କରିବା ପାଇଁ ଅନୁରୋଧ କରିଛନ୍ତି I ପ୍ରତିଉତ୍ତରରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ପ୍ରସଙ୍ଗରେ ରାଜ୍ୟସରକାର ସକାରାତ୍ମକ ବିଚାରଧାରା ରଖିଛନ୍ତି ଏବଂ ପର୍ଯାୟ କ୍ରମେ ମହାସଙ୍ଘର ସମସ୍ତ ଦାବି ପୂରଣ କରାଯିବା ନିମନ୍ତେ ମୁଖ୍ୟ ଶାସନ ସଚିବ ମହାସଂଘର ନେତୃବୃନ୍ଦଙ୍କୁ ପ୍ରତିଶୃତି ଦେଇଛନ୍ତି । ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ବିରୋଧରେ ରାଜ୍ୟବ୍ୟାପି ଚାଲିଥିବା ଦସ୍ତଖତ ଅଭିଯାନ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବ୍ଲକ ଠାରୁ ଜିଲା ପଯ୍ୟନ୍ତ ବିଡ଼ିଓ, ତହସିଲଦାର, ବିଇଓ, ଡିଇଓ, ଜିଲ୍ଲାପାଳ ତଥା ସମସ୍ତ ବିଧାୟକଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଉଛି । ରାଜ୍ୟ ସରକାର ଚୁକ୍ତିଭିତ୍ତିକ ମହାସଙ୍ଘର ସମସ୍ତ ଦାବି ମାନିନେବେ ବୋଲି ସଂଘ ଆଶାବ୍ୟକ୍ତ କରିଛନ୍ତି । ଯଦି ରାଜ୍ୟ ସରକାର ଯଥାଶୀଘ୍ର ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ସମସ୍ତ ଦାବି ନମାନନ୍ତି ତେବେ ଆସନ୍ତା ଦିନରେ ହଜାର ହଜାର ଚୁକ୍ତିଭିତ୍ତିକ କର୍ମଚାରୀ କାମ ବନ୍ଦ କରି ଆନ୍ଦୋଳନରେ ସାମିଲ ହେବେ ବୋଲି ଉପଦେଷ୍ଟା ପ୍ରଭାତ ମହାନ୍ତି, ସମ୍ପାଦକ କ୍ଷିତିଶ ପଣ୍ଡା, ସଙ୍ଘଠନ ସମ୍ପାଦକ ପ୍ରଶାନ୍ତ ରାଉତରାୟ ପୂର୍ଣଚଦ୍ର ଆଏଚ, ଶୁବ୍ରଜିତ ପତିହାରି, ପଞ୍ଚାନନ ଜେନା, ବିଶ୍ୱଜିତ୍ ବିଶ୍ୱାଳ, ରାଜେଦ୍ର ମଲିକ, ଆଦିତ୍ୟ ନାରାୟଣ ସ୍ୱାଇଁ, ଅକ୍ଷୟ ପାଢ଼ୀ ଉପସଭାପତି ପ୍ରଭାସ ଭୋଇ, ପ୍ରୀତିରଞ୍ଜନ ପ୍ରଧାନ, ଜୀବନ ମହାନ୍ତି, ,ଯୁଗ୍ମ ସମ୍ପାଦକ ଅଶୋକ ଗୌଡ଼, ତନ୍ମୟ ଜେନା, ଶ୍ରୀନିବାସ ମହାନ୍ତି, ପ୍ରଶାନ୍ତ କର,ଅନିତା ବେହେରା, ଲୋଜାଳିନ ପଣ୍ଡା, ଅଳକା ମହାନ୍ତି, ରଶ୍ମି ଦାସ, ବାବୁଲ ନାୟକ, ଶିବ ଶଙ୍କର ସାହୁ ପ୍ରମୁଖ ପ୍ରେସ ବ୍ରିବୃତି ରେ କହିଛନ୍ତି I


