କୃଷକ ନେତା କପିଳ ବିଶ୍ୱାଳଙ୍କ ପରଲୋକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ଗ୍ରାମପଞ୍ଚାୟତର ଗଣ୍ଡାକିଆ ଗ୍ରାମର ମୁରବୀ ତଥା ସମସ୍ତଙ୍କ ପ୍ରିୟ କୃଷକନେତା କପିଳ ଚନ୍ଦ୍ର ବିଶ୍ୱାଳଙ୍କର ବୁଧବାର କଟକସ୍ଥିତ ଏକ ଘରୋଇ ହସପିଟାଲରେ ପରଲୋକ ହୋଇଯାଇଛି । ସେ ୪ଥର ଆୟବା ପ୍ରାଥମିକ କୃଷି ସମବାୟ ସମିତିର ନିର୍ଦେଶକ ଭାବେ ନିର୍ବାଚିତ ହୋଇଥିଲେ । ସମଗ୍ର ଅଞ୍ଚଳରେ କୃଷକମାନଙ୍କ ଅଧିକାର ପାଇଁ ସେ ଲଢେଇ କରୁଥିଲେ । ଗଣ୍ଡାକିଆ ଅଞ୍ଚଳରେ ତାଙ୍କର ଏକ ବଡ ତେଜରାତି ଦୋକାନ ରହିଛି । ତାଙ୍କ ବିୟୋଗରେ ଗଣ୍ଡାକିଆ ବଜାରରେ ଥିବା ସମସ୍ତ ଦୋକାନ ବଜାର ତାଙ୍କ ସମ୍ମାନାର୍ଥେ ବନ୍ଦ ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ମିଷ୍ଟଭାଷୀ, ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ଭାବରେ ପରିଚିତ ଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ସୁବାସ ବୋହୁ ସୁଜାତାଙ୍କ ସମେତ ପରିବାରବର୍ଗ ଉପସ୍ଥ୍ରିତ ଥିଲେ । ଗ୍ରାମ୍ୟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କ ଶେଷ ଯାତ୍ରାରେ ବରିଷ୍ଠ ବିଜେଡି ନେତା ବିଜୟ କୁମାର ସ୍ୱାଇଁଙ୍କ ସମେତ ଆୟବା ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ