ନଦୀବନ୍ଧ କାର୍ଯ୍ୟ ନିମ୍ନମାନର : ୬ ମାସ ଗଲାନି ପିଚୁ କାମ
ନିମାପଡ଼ା, (ସନ୍ତୋଷ ଦାଶ) :ନିମାପଡା ଜଳସେଚନ ବିଭାଗ ପକ୍ଷରୁ କୁଶଭଦ୍ରା ନଦୀ ବନ୍ଧ ର ନିମାପଡା ବ୍ଲକ ର ଡେନୁଅଁ ଠାରୁ ଅରିଷଣ୍ଢ ପର୍ଯ୍ୟନ୍ତ ଓ ଗୋପ ବ୍ଲକର ବେଣିପୁର, ଗୋପ, କୁସୁପୁର, ଗଣେଶ୍ୱରପୁର , ନାଗପୁର ପର୍ଯ୍ୟନ୍ତ ବନ୍ଧ କୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ପିଚୁ କରାଯାଇଥିଲା । କାର୍ଯ୍ୟ କୁ ଗତ ୬ମାସ ପୁରି ନଥିବା ବେଳେ ଏବେ ବନ୍ଧରାସ୍ତା ରୁ ପିଚୁ ଉଠି ବନ୍ଧ ର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି । ନଦୀ ବନ୍ଧ କୁ ପିଚୁ କରାଯିବାର ଉଦ୍ଦେଶ୍ୟ ଥିଲା ନଦୀ କୂଳରେ ବସବାସ କରୁଥିବା ଗ୍ରାମବାସୀ ମାନେ ସୁବିଧାରେ ଯିବାଆସିବା କରିପାରିବେ ଏବଂ ବନ୍ୟା ପରିସ୍ଥିତି ସମୟରେ ନଦୀ ବନ୍ଧ ରେ କେଉଁଠି ଗଳିଆ ପଡ଼ିଲେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ସୁବିଧାରେ ସେଠାରେ ପହଁଚି ଶୀଘ୍ର ମରାମତି କରି ନଦୀ ବନ୍ଧ କୁ ସୁରକ୍ଷା ଦେଇପାରିବେ । କିନ୍ତୁ ବିଭାଗୀୟ ଅଧିକାରୀ ଙ୍କ ଉଦାସୀନତା ଓ ଠିକାଦାର ଙ୍କ ଅର୍ଥାପିପାସୁ ମନୋଭାବ କାରଣରୁ ନଦୀ ବନ୍ଧରେ କରାଯାଇ ଥିବା ପିଚୁ କାର୍ଯ୍ୟ ନିମ୍ନମାନର ହୋଇଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଏବେ ନଦୀ ବନ୍ଧ ରାସ୍ତା ର ବିଭିନ୍ନ ସ୍ଥାନରେ ପିଚୁ ଉଠିଯାଇ ବିପଦ ଜନକ ଅବସ୍ଥା ସୃଷ୍ଟି କରିଛି । ଏହି କାର୍ଯ୍ୟ ର ଭିଜିଲାନ୍ସ ତଦନ୍ତ କରିବାକୁ ଓ ତୁରନ୍ତ ନଦୀ ବନ୍ଧ ରାସ୍ତା କୁ ପୁନଃ ପିଚୁ କରିବାକୁ ସଂପୃକ୍ତ ଠିକାଦାର ଙ୍କୁ ନିର୍ଦ୍ଦେଶ ପ୍ରଦାନ କରିବାକୁ ଗ୍ରାମବାସୀ ମାନେ ପୁରୀ ଜିଲ୍ଲାପାଳ ଓ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି ।


