ସାପ କାମୁଡାରେ ବୃଦ୍ଧା ମୃତ

ବୁଗୁଡ଼ା, (ଅନିଲ କୁମାର ମହାରଣା) : ବୁଗୁଡା ବ୍ଳକ ଅନ୍ତର୍ଗତ ଖୋଳଖାଳି ଗ୍ରାମରେ ବିଷଧର ସାପ କାମୁଡାରେ ଜୁଲାଇ ୨୭ ତାରିଖ ଦିନ ଜଣେ ବୃଦ୍ଧା ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ଖୋଳଖାଳି ଗ୍ରାମର ସ୍ୱର୍ଗତ ଲକ୍ଷ୍ମଣ ସ୍ୱାଇଁଙ୍କ ପତ୍ନୀ ଅହଲ୍ୟା ସ୍ୱାଇଁ (୬୨)।ଅହଲ୍ୟା ସକାଳୁ ନିଜ ଜମି କାମ ସାରି ନିଜ ଘରକୁ ଫେରି ବିଶ୍ରାମ ନେଇଥିଲେ। ବିଶ୍ରାମ ନେବା ସମୟରେ ନିଜର କୁଡିଆ ଘର ଭିତରକୁ ଏକ ବିଷଧର ସାପ ପ୍ରବେଶ କରି ତାଙ୍କର ଡାହାଣ ହାତକୁ କାମୁଡି ଦେଇଥିଲା । ସାପ କାମୁଡିବା ଜାଣିପାରି ସେ ସାପ କାମୁଡିଲା ବୋଲି ଚିତ୍କାର କରିଥିଲେ । ତାଙ୍କର ଚିତ୍କାର ଶୁଣି ଗ୍ରାମଲୋକେ ଆସି ତାଙ୍କୁ ପ୍ରଥମେ ବୁଗୁଡା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା କରିବା ପାଇଁ ନେଇଥିଲେ । ଅବସ୍ଥା ଗୁରୁତର ଥିବାରୁ ଅହଲ୍ୟାଙ୍କ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଆମ୍ବୁଲାନ୍ସ ଦ୍ବାରା ସ୍ଥାନାନ୍ତରିତ କରିଥିଲେ। ବ୍ରହ୍ମପୁର ମେଡିକାଲରେ ଅହଲ୍ୟାଙ୍କ ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନ ୩ ଘଣ୍ଟା ୨୦ ମିନିଟ ସମୟରେ ପ୍ରାଣବାୟୁ ଚାଲିଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରି ଶବ ବ୍ୟବଛେଦ ପାଇଁ ପଠାଇଥିଲେ । ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମର ଶରୀର ହସ୍ତାନ୍ତର କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ