ସ୍ୱର୍ଗତ ଶଶି ଭୂଷଣ ପଲେଇଙ୍କ ଦ୍ୱାଦଶାହ ଅବସରରେ ସ୍ମୃତି ଚାରଣ ସଭା 

ଗଂଜାମ, (ବିନୋଦ ପଲାଇ) :ଗଞ୍ଜାମ ବ୍ଲକ ଅଧିନସ୍ଥ ସୁବଳୟା ଗ୍ରାମ ପଂଚାୟତର ଗବୁଡ଼ି ମର୍ଦ୍ଧକୋଟ ଠାରେ ସ୍ୱର୍ଗତଃ ଶଶିଭୂଷଣ ପଲେଇଙ୍କ ଦ୍ଵାଦଶାହ ପାଳନ ଅବସରରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଅବସରପ୍ରାପ୍ତ ଛତ୍ରପୁର ଶିକ୍ଷା ଜିଲ୍ଲା ପରିଦର୍ଶକ ଶ୍ରୀ ନିରଞ୍ଜନ ତ୍ରିପାଠୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଶ୍ରୀ ଅଶୋକ କୁମାର ଚୌଧୁରୀ , ମୁଖ୍ୟ ବକ୍ତାଭାବେ ଲୋକସେବକ ମଣ୍ଡଳର ଆଜୀବନ ସଭ୍ୟ ଶ୍ରୀ ରାଜ କିଶୋର ଜେନା, ସମ୍ମାନିତ ଅତିଥି ରୂପେ ଯଥାକ୍ରମେ ଖଲ୍ଲିକୋଟ ବିଜ୍ଞପିତ ଅଂଚଳ ପରିଷଦର ଅଧ୍ୟକ୍ଷ ଶ୍ରୀ ନିରଞ୍ଜନ ବେହେରା, ଗଞ୍ଜାମ ବ୍ଲକ ପୂର୍ବତନ ଅଧ୍ୟକ୍ଷ ଶ୍ରୀ ସୁରଥ ପ୍ରଧାନ ଓ ଶ୍ରୀ ରଘୁନାଥ ସାହୁ, ସମାଜ ସେବୀ ଶ୍ରୀ ମହେଶ୍ୱର ବରାଳ,ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ଶ୍ରୀ ଗୌରୀଶଙ୍କର ପାଢ଼ୀ,ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଦଣ୍ଡପାଣି ମହାରଣା,ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ନାରାୟଣ ନାହାକ ଓ ବାଳକୃଷ୍ଣ ମହାରଣା,ଅବସରପ୍ରାପ୍ତ ଦକ୍ଷିଣାଞ୍ଚଳ ରାଜସ୍ୱ ଉପବିଭାଗ ଅଧିକାରୀ ଶ୍ରୀ ବାନାମ୍ବର ସାହୁ, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଗୋକୁଳ ନାହାକ, ଶ୍ରୀ ରମେଶ ପଟ୍ଟନାୟକ, ଶ୍ରୀ ସୋମନାଥ ସାହୁ, ଶ୍ରୀ ବାନାମ୍ବର ପଲାଇ, ଶିକ୍ଷକ ଶ୍ରୀ ମନ୍ମଥ ନାହାକ, ବିଦ୍ୟାଧର ପ୍ରଧାନ, ଦିଲ୍ଲୀପ ମିସ୍ତ୍ରୀ, ଡାକବିଭାଗ କର୍ମଚାରୀ ଶ୍ରୀ ଯୋଗେଶ ସାହୁ, ହାଇକୋର୍ଟ ଆଇନଜୀବୀ ବ୍ରଜବନ୍ଧୁ ବେହେରା, ସମାଜସେବୀ ପ୍ରଭାକର ନାହାକ, ସ୍ୱର୍ଗତ ପଲେଇଙ୍କ ନାତୁଣୀ ସୁଶ୍ରୀ ନେହା ପ୍ରମୁଖ ଯୋଗଦେଇ ଦିବଙ୍ଗତ ଶଶି ଭୂଷଣ ପଲେଇଙ୍କ ସ୍ମୃତି ଚାରଣ କରିଥିଲେ । ସ୍ମୃତି ଚାରଣ ସଭା ପ୍ରାରମ୍ଭରେ ସ୍ୱର୍ଗତ ପଲେଇଙ୍କ ଏକମାତ୍ର ଜାମାତା ଶ୍ରୀ ବିଷ୍ଣୁପ୍ରସାଦ ଦଳେଇ ଆମନ୍ତ୍ରିତ ଅତିଥିମାନଙ୍କୁ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସ୍ୱର୍ଗତ ପଲେଇଙ୍କ ଫଟୋ ଚିତ୍ରରେ ଉପସ୍ଥିତ ସମସ୍ତ ଆମନ୍ତ୍ରିତ ବ୍ୟକ୍ତି ପୁଷ୍ପ ଧୂପ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।ଏହାପରେ ପରେ ସଭାରେ ଉପସ୍ଥିତ ବ୍ୟକ୍ତି ନିଜ ନିଜ ସ୍ଥାନରେ ଦଣ୍ଡାୟମାନ ହୋଇ ସ୍ୱର୍ଗତ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ । ଏହି ସ୍ମୃତି ଚାରଣ ସଭାକୁ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ତଥା ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀ ବିଜୟ କୁମାର ବିଶ୍ବାଳ ସଞ୍ଚାଳନ କରିଥିଲେ ।ସ୍ବର୍ଗତ ପଲେଇଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରୀ ବିଷ୍ଣୁ ପ୍ରସାଦ ଦଳେଇ ଙ୍କ ଦ୍ଵାରା ସମ୍ପାଦିତ “ସ୍ମୃତି ଅପାସୋରା” ପତ୍ରିକାଟି ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ସଭା ଶେଷରେ ଶ୍ରୀ ବିଷ୍ଣୁ ପ୍ରସାଦ ଦଳେଇ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଶିକ୍ଷକ ଶ୍ରୀ ଲଳିତ ସ୍ୱାଇଁ ଓ ଗବୁଡ଼ି ଗ୍ରାମବାସୀ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ