ସ୍ଵଚ୍ଛତା ସମ୍ପର୍କିତ ଦକ୍ଷତା ବିକାଶ ତାଲିମ ଶିବିର ଉଦଯାପିତ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) : ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ମିଳିତ ଆନୁକୂଲ୍ୟରେ ସ୍ଵଚ୍ଛ ସାଥୀ, ସ୍ଵଚ୍ଛସୁପରଭାଇଜର, ସ୍ଵଚ୍ଛ କର୍ମୀ ଏବଂ ସ୍ଵଚ୍ଛ ସାରଥୀ ମାନଙ୍କ ଦୁଇଦିନିଆ ଦକ୍ଷତା ବିକାଶ ତାଲିମ ଶିବିର ଉଦଯାପିତ ହୋଇଯାଇଛି I ତାଲିମ୍ ଶିବିରର ପ୍ରଥମ ଦିନରେ ପ୍ରଥମ ଦିନରେ ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିବାବେଳେ ସମ୍ନାନୀତ ଅତିଥି ଭାବେ କାଉନସିଲର୍ ଦିଲ୍ଲୀପ୍ କୁମାର ଆଚାରୀ, ଏସ୍ ଭାସ୍କର ପାତ୍ର, ଦିବ୍ୟ ରଞ୍ଜନ ଦାଶ୍, ପ୍ରିୟମ୍ୱଦା ସାମଲ୍, କାହ୍ନୁ ଚରଣ ସାହୁ, ଲିଜା କୁମାରୀ ବେହେରା, ପ୍ରଦୀପ କୁମାର ସେଠୀ, ପ୍ରତିମା ସ୍ୱାଇଁ, ବିଶ୍ଵନାଥ ଦଳାଇ, ସିଟି ମିଶନ୍ ମ୍ୟାନେଜର୍ ପ୍ରଫୁଲ୍ଲ ଷଡ଼ଙ୍ଗୀ, ସାନିଟେସନ୍ ଏକ୍ସପର୍ଟ୍ ପ୍ରବୀଣ କୁମାର, ସାନିଟେସନ୍ ସୁପରଭାଇଜର ଶିବରାମ ଚୌଧୁରୀ, ସିଇଓ ଅଞ୍ଜଳି କୁମାରୀ ପଣ୍ଡା, ଭଞ୍ଜନଗର ସାନିଟେସନ୍ ତାଲିମ୍ ଇନଚାର୍ଜ ଅଶୋକ କୁମାର ପ୍ରଧାନ, ଭଞ୍ଜନଗର ମୁକ୍ତା କୋର୍ଡ଼ିନେଟର୍ ଦିଲ୍ଲୀପ୍ କୁମାର ପ୍ରମୁଖ ଉପସ୍ଥିତ ଥିଲେ I କାର୍ଯ୍ୟକ୍ରମରେ ଭଞ୍ଜନଗର ସ୍ଵଚ୍ଛ ସାଥୀ, ସୁପରଭାଇଜର ଏବଂ ବେଲଗୁଣ୍ଠା ସ୍ଵଚ୍ଛସାଥୀ, ସୁପରଭାଇଜରମାନଙ୍କୁ ଆବର୍ଜନାର ପ୍ରକାର ଭେଦ, ଆବର୍ଜନାର ଉତ୍ସ,ଆବର୍ଜନା ପରିଚାଳନା ସମେତ ସ୍ଵଚ୍ଛ ସାଥୀ ମାନଙ୍କ ଦାୟିତ୍ୱ, କର୍ତ୍ତବ୍ୟ ଏବଂ ପ୍ରାପ୍ୟ ସଂପର୍କରେ ତାଲିମ୍ ପ୍ରଦାନ କରାଯାଇଥିଲା I ଅର୍ବାନ୍ ମ୍ୟାନେଜମେଣ୍ଟ ସେଣ୍ଟର ତରଫରୁ ଆସିଥିବା ମାଷ୍ଟର୍ ଟ୍ରେନର୍ ଅବିନାଶ ବୈରୀ ଗଞ୍ଜନ୍, ଝୁନା ନାୟକ ଏବଂ ପ୍ରଭାତୀ ସାହୁ ସ୍ଵଚ୍ଛସାଥୀ, ସ୍ଵଚ୍ଛ କର୍ମୀ, ସ୍ଵଚ୍ଛ ସାରଥୀ ଏବଂ ସ୍ଵଚ୍ଛ ସୁପରଭାଇଜର ମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ I ଆଜି ଉଦଯାପନୀ ଉତ୍ସବରେ ତାଲିମ୍ ଗ୍ରହଣ କରିଥିବା ସ୍ଵଚ୍ଛ କର୍ମଚାରୀଙ୍କୁ ମାନପତ୍ର ଦେଇ ଉତ୍ସାହିତ କରାଯାଇଥିଲା I