ଯୁକ୍ତ ଦୁଇ ବିଜ୍ଞାନରେ ଜିଲ୍ଲାରେ ଦ୍ୱିତୀୟ ସ୍ଥାନ ହାସଲ କଲେ ସୁଜଳ
ହାଟଡିହି, (ବିକାଶ ବିଶ୍ୱାଳ) :ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ । ଏଥିରେ ହାଟଡିହି ବ୍ଲକ ବେତିରା ଗ୍ରାମର ଶରତ କୁମାର ଶାସିନି ଓ ଲକ୍ଷ୍ମୀପ୍ରୀୟା ଶାସିନିଙ୍କ ପୁଅ ସୁଜଳ କୁମାର ଶାସିନି ଶତକଡା ୯୬ଭାଗ ମାର୍କ ରଖି ସମଗ୍ର ରାଜ୍ୟରେ ପଞ୍ଚମ ସ୍ଥାନ ଓ ଜିଲ୍ଲାର ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ସୁଜଳ ଏକ୍ସଲସିଓର କଲେଜ ଯାଜପୁରରେ ଅଧ୍ୟୟନ କରୁଥିବାବେଳେ ସେ ମୋଟ ୫୭୬ମାର୍କ ରଖି ଏହି ସଫଳତା ହାସଲ କରିଛନ୍ତି । ସେ ଭବିଷ୍ୟତରେ ଜଣେ ଡାକ୍ତର ହେବାକୁ ଲକ୍ଷ ରଖିଥିବା ପ୍ରକାଶ କରିଛନ୍ତି । ସେ ପୁର୍ବରୁ ହାଟଡିହି ହାଇସ୍କୁଲରେ ଅଧ୍ୟୟନ କରୁଥିବାବେଳେ ମାଟ୍ରିକରେ ମଧ୍ୟ ଶତକଡା ୮୯ମାର୍କ ରଖି ସଫଳତାର ସହ ମାଟ୍ରିକ ପରୀକ୍ଷାରେ ଉତିନ୍ନ ହୋଇଥିଲେ । ତାଙ୍କର ଏହି ସଫଳତାର ଶ୍ରେୟ ସେ ନିଜର ପିତାମାତା, ବଡବାପା, ବଡମା ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଦେଇଛନ୍ତି ।


