ସରସ୍ଵତୀ ଶିଶୁ ମନ୍ଦିର ରେ ବିଜ୍ଞାନ ମେଳା ଅନୁଷ୍ଠିତ
ରାଇକିଆ, (ପ୍ରଦୀପ ବେହେରା) :କନ୍ଧମାଳ ଜିଲ୍ଲା ରାଇକିଆ ସରସ୍ୱତୀ ଶିଶୁ ମନ୍ଦିର ରେ ଶୁକ୍ରବାର ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ରେ ପ୍ରାଥମିକ ବିଭାଗ, ଶିଶୁ ବିଭାଗ, କିଶୋର ବର୍ଗ ର ସମୁଦାୟ ୮୫ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ବିଭିନ୍ନ ବିଭାଗ ର ଶ୍ରେଷ୍ଠ ପ୍ରଦର୍ଶିତ ପ୍ରକଳ୍ପ ଗୁଡ଼ିକୁ ସଙ୍କୁଳ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ କରାଯାଇଥିଲା । ବିଚାରକ ଭାବେ ମ୍ଲାହୁପାଙ୍ଗା ହାଇସ୍କୁଲ ବିଜ୍ଞାନ ଶିକ୍ଷୟତ୍ରୀ ମନିଷା ପ୍ରଧାନ, ରାଇକିଆ ସରକାରୀ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ରାଜୀବ ପ୍ରଧାନ, ଜୀ ଉଦୟଗିରି ରୁ ଆସିଥିବା ଶିକ୍ଷୟତ୍ରୀ ସବିତା ମିଶ୍ର ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଅତିଥି ଭାବେ ବିଦ୍ୟାଳୟ ସଭାପତି ସତ୍ୟବାନ୍ ସାହୁ, ଉପସଭାପତି ରମେଶ ଚନ୍ଦ୍ର ବିଶ୍ବାଳ, ସମ୍ପାଦିକା ମମତା ସାହୁ, ଚକ୍ରଧର ପୃଷ୍ଟି, ମିହିର ମହାପାତ୍ର ଯୋଗ ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ କାମଦେବ ବେହେରା ଏବଂ ସମସ୍ତ ଗୁରୁମା ଗୁରୁଜୀ ପରିଚାଳନା ରେ ସହଯୋଗ କରିଥିଲେ ।


