ବର୍ଷା ଋତୁ ର ଜାମୁ କୋଳି : ଖାଇଲେ ମିଳେ ଅନେକ ଲାଭ
ନିମାପଡା, ( ସନ୍ତୋଷ ଦାଶ) :ପ୍ରକୃତି ବିଭିନ୍ନ ଋତୁ ରେ ଖଞ୍ଚିଛି ବିଭିନ୍ନ ଫଳ ମୂଳ । ଯେମିତି କି ବର୍ଷା ଋତୁ ର ଜାମୁକୋଳି । ଜାମୁକୋଳି ଦେଖିବାକୁ ଛୋଟ ଛୋଟ ଗୋଲାକୃତି । ରଙ୍ଗ ଈଷତ୍ ବାଇଗେଣି । ଆମ ରାଜ୍ୟ ର ପ୍ରାୟ ସବୁ ଜିଲ୍ଲା ର ଜଙ୍ଗଲ ରେ ଏହି କୋଳି ମିଳିଥାଏ । ବର୍ଷା ଋତୁ ରେ ଏହା ପାଚିଥାଏ । ପାଟିକୁ କଷା କଷା ଲାଗୁଥିଲେ ବି ଏହା ଭାରି ଟେଷ୍ଟି । ଏହା ପାଟିକୁ ଯେପରି ସୁଆଦ ଦେହ ପାଇଁ ହିତକର ମଧ୍ୟ । ଆୟୁର୍ବେଦ ଅନୁସାରେ ଜାମୁକୋଳି ରେ ଭିଟାମିନ ସି ଓ ଆଇରନ କିଛି ମାତ୍ରା ରେ ରହୁଥିବାରୁ ଏହା ଶରୀର ରେ ହିମୋ ଗ୍ଲୋବିନ ର ସ୍ତର କୁ ବଢ଼ାଇବା ରେ ବେଶ ସହାୟକ ହୋଇଥାଏ । ଜାମୁକୋଳି ଖାଇବା ଦ୍ବାରା ପାଚନ ଶକ୍ତି ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ କୋଷ୍ଠ କାଠିନ୍ୟ ତଥା ଡାଇରିଆ ସମସ୍ୟା ରୁ ବି ଅନେକାଂଶରେ ଉପଶମ ମିଳିଥାଏ । ଜାମୁକୋଳି ଖାଇଲେ ତ୍ଵଚା ରେ ଚମକ ଆସିଥାଏ ଓ ମୁଖବ୍ରଣ ମଧ୍ୟ ଦୂର ହୋଇଥାଏ । ଶରୀର ରେ କୋଲେଷ୍ଟେରଲର ମାତ୍ରା କୁ ନିୟନ୍ତ୍ରଣ ରେ ରଖିବାରେ ଜାମୁ କୋଳି ରସ ଓ ମଞ୍ଜି ବେଶ ସହାୟକ ହୋଇଥାଏ । ଜାମୁ କୋଳି ରେ ଏପରି କିଛି ଗୁଣକାରୀ ତତ୍ତ୍ଵ ରହିଛି କି ଯ ଦ୍ବାରା ଏହାକୁ ଟାଇପ- ୨ ଡାଇବେଟିସ ହୋଇଥିବା ରୋଗୀ ଖାଇଲେ ଅନେକ ଉପକାର ପାଇ ଥାନ୍ତି । ଏହାଛଡା ଉଚ୍ଚ ରକ୍ତଚାପ, ହୃଦରୋଗ ତଥା ଷ୍ଟ୍ରୋକ ଭଳି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଜାମୁ କୋଳି ଖାଇବା ବେଶ୍ ଉପକାରୀ ହୋଇଥାଏ ।


