ଭୂତ ଖାନା ପାଲଟିଛି ଗଜପତିର ହଳଦୀ ଉତ୍ପାଦନ କେନ୍ଦ୍ର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ଲୋକଙ୍କ ଉର୍ନତି ପାଇଁ ବହୁତ ଯୋଜନା ଦ୍ୱାରା କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି I ହେଲେ ବିଭାଗୀୟ କର୍ମଚାରୀଙ୍କ ନିଷ୍କ୍ରିୟତା ଯୋଗୁଁ ଏହାର ସୁଫଳ ସାଧାରଣରେ ପହଞ୍ଚିପାରୁନାହିଁ I ଏପରି ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ ରାମଗିରି ପଞ୍ଚାୟତରେ 2016-17 ଆର୍ଥିକ ବର୍ଷରେ ଗଜପତି ଡିଆରଡିଏଙ୍କ ଦ୍ୱାରା ରାମଗିରି ହଟିକଲଚର ନିକଟରେ 17 ଲକ୍ଷ 50 ହଜାର ଟଙ୍କା ବିନିଯୋଗରେ ଏକ ହଳଦୀ ଉତ୍ପାଦନ କେନ୍ଦ୍ର କରାଯାଇ ଏକ ମହିଳା ମଣ୍ଡଳୀକୁ ହସ୍ତାନ୍ତର କରାଯାଇଥିଲା I ସେଠାରେ କିଛିଦିନ ମହିଳାମାନେ ହଳଦୀ ଗୁଣ୍ଡ ପ୍ରସ୍ତୁତ କରି ବ୍ୟବସାୟ ଆରମ୍ଭ କରିଥିଲେ I ହେଲେ କେତେଦିନ ପରେ ବନ୍ଦ କରିଦେଇଥିଲେ I ଏ ବାବଦରେ ମହିଳା ମଣ୍ଡଳୀର ଜଣେ ସଦସ୍ୟଙ୍କୁ ପଚାରି ବୁଝିବାରୁ ସେ କହିଲେ ହଳଦୀ ଗୁଣ୍ଡ ମେସିନ ଚାଲୁ କରିବା ମାତ୍ରେ ଘରଟି ଥରିବା ଆରମ୍ଭ ହେଉଛି I କେତେବେଳେ ଘର ଭୁଶୁଡ଼ିଯିବ ସେ ଭୟରେ ଉତ୍ପାଦନ କେନ୍ଦ୍ର ବନ୍ଦ କରାଯାଇଛି ଏବଂ ଘରଟି ଉତ୍ପାଦନ କେନ୍ଦ୍ର ପାଇଁ ଉପଯୋଗୀ ଓ ସୁରକ୍ଷିତ ନୁହେଁ ବୋଲି କହିଥିଲେ I ଅଞ୍ଚଳବାସୀଙ୍କ କହିବା ପ୍ରକାରେ ପ୍ରାୟ ପାଞ୍ଚ ବର୍ଷ ଧରି ବନ୍ଦଥିବା ହଳଦୀ ଉତ୍ପାଦନ କେନ୍ଦ୍ର କେବେ ଖୋଲା ଯାଇନାହିଁ I ତାହା ବର୍ତ୍ତମାନ ଖତ ଖାଇବା ସହ ଭୂତ କୋଠା ପାଲଟିଛି I ଏଭଳି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ତିଆରି କରାଯାଉଥିବା ପ୍ରକଳ୍ପଗୁଡିକୁ ବନ୍ଦ କରାନଯାଇ ଫୁଣି ପ୍ରଶାସନ ଦୃଷ୍ଟିଦେଇ କାର୍ଯ୍ୟକ୍ଷମ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ