ପ୍ରଧାନ ଶିକ୍ଷକଙ୍କ ଅଗଣାରେ ଦୁଃଲ୍ଲଭ ବ୍ରହ୍ମକମଳ ପୁଷ୍ପ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ପୋଲସରା ବ୍ଲକ ଅନ୍ତର୍ଗତ କଣଛାଇ କୃଷ୍ଣଚନ୍ଦ୍ର ପାଇକରା ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଅଶୋକ କୁମାର ପାଣିଗ୍ରାହୀ ଙ୍କ ଅଗଣାରେ ଦୁଃଲ୍ଲଭ ପାରିଜାତ ପୁଷ୍ପ ବା ବ୍ରହ୍ମକମଳ ପୁଷ୍ପ ଫୁଟିଥିବା ଦେଖିବାକୁ ମିଳିଛି । ବ୍ରହ୍ମକମଳ ପୁଷ୍ପ ଏକ ଦୁଃଲ୍ଲଭ ପୁଷ୍ପ ହୋଇଥିବା ଥିବା ବେଳେ ଏହା ଏକ ଶୁଭ ସୂଚନା ବୋଲି ଲୋକଙ୍କ ବିଶ୍ୱାସ ରହିଛି । ପୁରାଣ ଶାସ୍ତ୍ରରେ ସ୍ଵର୍ଗରେ ପାରିଜାତ ପୁଷ୍ପ ଫୁଟୁଥିବା ବର୍ଣ୍ଣନା ଅଛି । ଅଶୋକ ସାରଙ୍କ ଅଗଣାରେ ଫୁଟିଥିବା ଏହି ବ୍ରହ୍ମକମଳ ଫୁଲ ଦେଖିବା ପାଇଁ ବହୁ ଲୋକ ରୁଣ୍ଡ ହେଇଥିବା ବେଳେ ଏହି ପୁଷ୍ପକୁ ତୋଳି ଠାକୁରଙ୍କ ଉଦ୍ଦେଶ୍ୟରେ ପ୍ରେରଣ ହୋଇଥିବା ଜଣାପଡିଛି । ପ୍ରକାଶ ଥାଉକି ପ୍ରଧାନଶିକ୍ଷକ ଶ୍ରୀ ପାଣିଗ୍ରାହୀଙ୍କ ଅଗଣାରେ ଗତବର୍ଷ ମଧ୍ୟ ଏହି ଦୁଃଲ୍ଲଭ ପୁଷ୍ପ ଫୁଟିଥିବା ସେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ