ବାପା-ମାଆ ଛେଉଣ୍ଡ ହୋଇଗଲେ ୩ ବର୍ଷର ଝିଅ ଓ ୧୦ ବର୍ଷର ପୁଅ

ବୁଗୁଡ଼ା, (ଅନିଲ କୁମାର ମହାରଣା) : ଜୁଲାଇ ୨୯ ତାରିଖରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା । ବାପା ପୋଖରୀ ପାଣିରେ ବୁଡି ମୃତ୍ୟୁ ବରଣ କରିବା ପରେ ୩ ବର୍ଷର ଝିଅ ଓ ୧୦ ବର୍ଷର ପୁଅ ହୋଇଯାଇଛନ୍ତି ବାପା-ମାଆ ଛେଉଣ୍ଡ। ଏହି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଳକ ଅନ୍ତର୍ଗତ କରଚୁଲି ପଞ୍ଚାୟତର ପଡିଆଭଙ୍ଗା ଗ୍ରାମରେ । ସନ୍ୟାସୀ ନାଇକ ଶ୍ରମିକ ଭାବେ କରଚୁଲିର ଗ୍ରାମର ପୋଖରୀ ହିଡରେ ଘାସ ସଫା କରୁଥିବା ବେଳେ ପୋଖରୀକୁ ଖସି ପାଣିରେ ବୁଡିଯାଇଥିଲେ । ଦମକଳ ବାହିନୀ ଅକ୍ଳାନ୍ତ ପରିଶ୍ରମ କରି ପାଣିରୁ ସନ୍ୟାସୀଙ୍କୁ ଉଦ୍ଧାର କରି ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ହେଲେ ଡାକ୍ତର ପରୀକ୍ଷା କରି ସନ୍ୟାସୀ ନାଇକଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ବୁଗୁଡା ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅନୁସନ୍ଧାନ ଜାରୀରଖିଛନ୍ତି । ୧୫ ଦିନ ପୂର୍ବେ ସନ୍ଯାସି ନାଇକଙ୍କ ପତ୍ନୀ ବିଷ୍ଣୁ ନାଇକ କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଚାଲିଯାଇଥିଲେ ଆରପାରିକୁ । ଦୁଇ ଶିଶୁ ହୋଇଯାଇଥିଲେ ମାଆ ଛେଉଣ୍ଡ । ଜୁଲାଇ ୨୯ ତାରିଖ ଦିନ ଶିଶୁ ଦ୍ୱୟଙ୍କ ବାପା ସନ୍ୟାସୀ ନାଇକ ପୋଖରୀ ପାଣିରେ ବୁଡି ଜୀବନ ହରାଇବା ପରେ ଦୁଇ ଶିଶୁ ହୋଇଗଲେ ବାପା-ମାଆ ଛେଉଣ୍ଡ। ବର୍ତ୍ତମାନ ଦୁଇ ଅନାଥ ଶିଶୁ ଜେଜେମାଆ ନିକଟରେ ନେଇଛନ୍ତି ଆଶ୍ରୟ । ହେଲେ ଜେଜେମାଆ ନିଜର ବାର୍ଦ୍ଧକ୍ୟ ବୟସରେ ଦୁଇ ବାପା-ମାଆ ଛେଉଣ୍ଡ ଶିଶୁଙ୍କ ଭରଣ ପୋଷଣ କରିପାରିବା ସମ୍ପୂର୍ଣ୍ଣ ଅସମ୍ଭବ ହୋଇଥିବା ବେଳେ ସରକାରୀ ସହାୟତା ଏକମାତ୍ର ସହଭାରଷା । ନତୁବା କୌଣସି ବାଦାନ୍ୟ ବ୍ୟକ୍ତି ବା ଅନୁଷ୍ଠାନ ଯଦି ସହଯୋଗର ହାତ ବଢାନ୍ତି ତେବେ ଦୁଇ ଅନାଥ ଶିଶୁ ଭବିଷ୍ୟତରେ ନିଜ ଗୋଡ଼ରେ ଛିଡାହେବା ପାଇଁ ସକ୍ଷମ ହୋଇପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ