କେ.ତ୍ରିଲୋଚନ ଦୋରା ବୁଗୁଡ଼ା ନଗର ବିଜେଡି ସଭାପତି

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ନଗର ବିଜେଡି ସଭାପତି ଭାବେ କେ.ତ୍ରିଲୋଚନ ଦୋରା ମନୋନୀତ ହୋଇଥା ବେଳେ ସ୍ଥାନୀୟ ବିରଞ୍ଚି ନାରାୟଣ କଲ୍ଯାଣୀ ମଣ୍ଡପ ଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ , ସମ୍ମାନିତ ଅତିଥି ଭାବେ ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ ଓ ଉପାଧ୍ୟକ୍ଷା ଗିତାଞ୍ଜଳୀ ପାଢୀ ଯୋଗ ଦେଇଥିବା ବେଳେ ନବ ନିଯୁକ୍ତ ବୁଗୁଡ଼ା ନଗର ବିଜେଡି ସଭାପତି କେ.ତ୍ରିଲୋଚନ ଦୋରା ଓ ପୂର୍ବରୁ ସାଂସଦ ପ୍ରତିନିଧି ଭାବେ ମନୋନୀତ ହୋଇଥିବା ବସନ୍ତ କୁମାର ଦଳେଇଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଏ.ଚନ୍ଦନ ଚର୍ଚ୍ଚିତ ପାତ୍ରଙ୍କୁ ବିଧାୟକ ପ୍ରତିନିଧି ଓ ବିଚିତ୍ରାନନ୍ଦ ପାଣିଗ୍ରାହୀଙ୍କୁ ନଗର ବିଜେଡି କାର୍ଯ୍ଯକାରୀ ସଭାପତି ଭାବେ ମନ୍ତ୍ରୀ ଶ୍ରୀ ସାହୁ ଘୋଷଣା କରିଥିଲେ । ସେହିପରି ଭାବେ ଉଭୟ ନଗର ସଭାପତି ଓ ସାଂସଦ ପ୍ରତିନିଧି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ କୃତଜ୍ଞତା ଜଣାଇବା ସହ ଯେଉଁ ଦାୟିତ୍ୱ ସେମାନଙ୍କୁ ଦିଆଯାଇଛି, ତାହା ସୁଚାରୁରୂପେ ସମ୍ପାଦନା କରି ବିଜେଡି ସଙ୍ଗଠନକୁ ସୃଦୁଢ କରିବା ପାଇଁ ପ୍ରକାଶ କରିଥିଲେ।ସମ୍ବର୍ଦ୍ଧନା ଉତ୍ସବରେ ବିଜ୍ଞାପିତ ଅଞ୍ଚଳର ସମସ୍ତ କାଉନସିଲର, ବ୍ଳକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ନାରାୟଣ ସାହୁ, ହରପ୍ରସାଦ ମହାପାତ୍ର, ସମିର ପାତ୍ର, ଦିଲେଶ୍ବର ପାତ୍ର, ଗ୍ରାମପଞ୍ଚାୟତ ସ୍ତରର ନେତା ଓ କର୍ମୀ, ବହୁ ବୁଦ୍ଧିଜୀବୀ, ବିଜେଡି କର୍ମୀ ଓ କର୍ମକର୍ତ୍ତା ସମେତ ବୁଗୁଡା ବିଜ୍ଞାପିତ ଅଞ୍ଚଳର ସମସ୍ତ ସ୍ବୟଂ ସହାୟିକା ଗୋଷ୍ଠୀ ମହିଳା ମାନେ ଉପସ୍ଥିତ ରହି ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ