ଶ୍ରମିକଙ୍କୁ ନେଇ ଫେରୁଥିବା ପିକଅପ ଭ୍ୟାନ ସହିତ ପିକ ଅପ ଭ୍ୟାନ ମୁହାଁ ମୁହିଁ ଧକ୍କା
କରଞ୍ଜିଆ, (ଜିତେନ୍ଦ୍ର ରାଜ):ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା- ଆନନ୍ଦପୁର ରାସ୍ତାର ପତୁରିଆ ସାହି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଆଜି ଅପରାହ୍ନ ସମୟରେ ଶ୍ରମିକ ମାନଙ୍କୁ ନେଇ ଫେରୁଥିବା ଏକ ପିକଅପ ଭ୍ୟାନ ସହିତ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ପିକଅପ ଭ୍ୟାନ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବାରୁ ଭ୍ୟାନରେ ଥିବା ୩୫ ଜଣ ଶ୍ରମିକ ଙ୍କ ମଧ୍ୟରୁ ପିକଅଫ ଭ୍ୟାନର ଡ୍ରାଇଭର ସମେତ ୨୪ ଜଣ ଙ୍କ ଅବସ୍ଥା ଗୁରୁତର ଥିବାବେଳେ ୧୧ ଜଣ ଆହତ ହୋଇଛନ୍ତି।ସମସ୍ତ ଗୁରୁତରଙ୍କୁ ଆମ୍ବୁଲାନ୍ସ ଏବଂ ଟ୍ରକ ଯୋଗେ ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ୧୧ ଜଣ ସାତକୋଶିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।ସମସ୍ତ ଶ୍ରମିକ ବିଲ ରେ ଚାଷ କାମ ପାଇଁ ଘଷିପୁରା ନିକଟ ଶୈଲଙ୍ଗ ନିକଟ ଝାଡଖୁଣ୍ଡି ଗ୍ରାମକୁ ଯାଇ କାମ ସାରି ସାତକୋଶିଆ ନିକଟ ବାଗଦଫା ଗ୍ରାମକୁ ଫେରୁଥିବା ବେଳେ ପଥୁରୀ ଛକ ନିକଟରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ଖବର ପାଇ ମହୁଲଡ଼ିହା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ମେଡ଼ିକାଲ ପଠାଇ ଦୁର୍ଘଟଣା ଗ୍ରସ୍ଥଗାଡି ଦୁଇଟି କୁ ଜବତ କରି ଅଧିକ ତଦନ୍ତ କରୁଛି ।


