ଗୋଟିଏ ଶ୍ରେଣୀଗୃହ ଓ ଜଣେ ଶିକ୍ଷକରେ ଚାଲିଛି ରାମକୃଷ୍ଣପୁର ପ୍ରାଥମିକ ବିଦ୍ୟାଳୟ
ହାଟଡିହି, (ବିକାଶ ବିଶ୍ୱାଳ ) : ରାମକୃଷ୍ଣପୁର ପ୍ରାତମିକ ବିଦ୍ୟାଳୟଟି ନାନା ସମସ୍ୟା ମଧ୍ୟ ଦେଇ ଗତି କରୁଛି । ବିଦ୍ୟାଳୟରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ୫ଟି ଶ୍ରେଣୀ ଥିବାବେଳେ ୩୮ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ବିଦ୍ୟାଳୟରେ ଜଣେ ମାତ୍ର ଶିକ୍ଷକ ଥିବାବେଳେ ଗୋଟିଏ ମାତ୍ର ଶ୍ରେଣୀଗୃହ ଅଛି । ପୁରୁଣା ଶ୍ରେଣୀଗୃହଟି ଭାଙ୍ଗି ରୁଜି ବିପଦ ଶଙ୍କୁଳ ହୋଇ ପଡିବା ସହ ପୁରୁଣା ଘରଟିର କାନ୍ଥ, ଆଜବେଷ୍ଟସ ଭାଙ୍ଗି ଯାଇଥିବାରୁ କେତେବେଳେ ଯେ ତାହା ଭାଙ୍ଗି ବଡଧରଣର ବିପଦ ସୃଷ୍ଟି ନକରିବ ତାହା କହିହେବନାହିଁ । ସେହିପରି ଆଉ ଗୋଟିଏ ଶ୍ରେଣୀଗୃହ ଛାତରୁ ପାଣି ଗଳୁଛି । ଫଳରେ ଶିକ୍ଷକ ଜଣକ ଗୋଟିଏ ଶ୍ରେଣୀ ଗୃହରେ ୫ଟି ଯାକର ଶ୍ରେଣୀର ପିଲା ମାନଙ୍କୁ ବସାଇ ଶିକ୍ଷାଦାନ କରୁଛନ୍ତି । ଜଣେ ମାତ୍ର ଶିକ୍ଷକ ଥିବାରୁ ଠିକ ଭାବେ ଶିକ୍ଷାଦାନ ହୋଇ ପାରୁନାହିଁ । ଗୋଟିଏ ଶ୍ରେଣୀର ପିଲାଙ୍କୁ ଶିକ୍ଷାଦାନ କରିବା ବେଳକୁ ଅନ୍ୟ ପିଲାମାନେ ପାଟିତୁଣ୍ଡ କରୁଥିବାରୁ ଶିକ୍ଷକ ଜଣକ କେବଳ ସେମାନଙ୍କୁ ଜଗି ବସିବା ସାର ହେଉଛି । ଜଣେ ମାତ୍ର ଶିକ୍ଷକ ଥିବାରୁ ସେ ମଧ୍ୟହ୍ନ ଭୋଜନ ଦାୟିତ୍ୱ ଓ ପୁଣି ଅଫିସ କାର୍ଯ୍ୟ କରିବା ବେଳକୁ ସ୍କୁଲଟି ଏକରକମ ବନ୍ଦ ରହୁଛି । ତେଣୁ ଜିଲ୍ଲା ଶିକ୍ଷା ଅଧିକାରୀ ଏହି ବିଦ୍ୟାଳୟରେ ଅଧିକ ଶିିକ୍ଷକ ନିଯୁକ୍ତି କରିବା ସହିତ ଆଉ ଦୁଇଟି ଅତିରିକକ୍ତ ଶ୍ରେଣୀଗୃହ ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।